28.1 C
Bhubaneswar
Friday, October 18, 2024
Homeଓଡିଶାକେନ୍ଦ୍ର ସରକାରଙ୍କ ନୂଆ ଯୋଜନା: ଏଣିକି ଅଫିସ୍‌ରେ ବସି କର୍ମଚାରୀ କରିବେ ଯୋଗ

କେନ୍ଦ୍ର ସରକାରଙ୍କ ନୂଆ ଯୋଜନା: ଏଣିକି ଅଫିସ୍‌ରେ ବସି କର୍ମଚାରୀ କରିବେ ଯୋଗ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନୂଆ ଯୋଜନା । ଏଣିକି ଅଫିସ୍‌ରେ ହେବ ଯୋଗ । ଅଫିସ୍‌ କାମ ମଝିରେ ସମୟ ବାହାର କରି କର୍ମଚାରୀ କରିବେ ଯୋଗ । କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଇଥିବା ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ସରକାରଙ୍କ ପକ୍ଷରୂ କୁହାଯାଇଛି ଯେ ଅଫିସ ସମୟରେ ଯୋଗ କରିବା ଦ୍ୱାରା କର୍ମଚାରୀମାନେ ଷ୍ଟ୍ରେସ୍‌ ଫ୍ରି ରହିବେ । ଯାହାଫଳରେ ନିର୍ଭୁଲ କାମ ହେବା ସହ ଖୁସି ମନରେ ମଧ୍ୟ ସେମାନେ କାମ କରିପାରିବେ । ଏହାସହ କାମରେ ଫୋକସ୍‌ ମଧ୍ୟ କରିପାରିବେ ।

ଯୋଗ କରିବା ପାଇଁ ସ୍ୱତନ୍ତ୍ର ଭାବେ ଏକ ବ୍ରେକ୍‌ ଦିଆଯିବ । ଏହି ସମୟରେ ଅଫିସ୍‌ରେ ଥିବା ସମସ୍ତ କର୍ମଚାରୀ ଯୋଗ କରିବେ । ଖାଲି ସେତିକି ନୁହେଁ ଏଥିପାଇଁ ଏକ ବିଦ୍ଧିବଦ୍ଧ ନିୟମ ଆଣିବାକୁ ବି ସରକାର ଚିନ୍ତା କରୁଥିବା ଜଣାପଡ଼ିଛି। କର୍ମଚାରୀମାନେ ନିଜ ଅଫିସ୍ ଚେୟାରରେ ବସି ଯୋଗ କରିପାରିବେ । କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ପରେ କର୍ମଚାରୀଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି । ଏହାକୁ ଯୋଗ ବ୍ରେକ୍‌ ବା Y-Break ବୋଲି କୁହାଯିବ ।

Y-Break ନେଇ ପ୍ରଥମେ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ଯାହାର ଫିଡ୍‌ ଖୁବ୍‌ ସକରାତ୍ମକ ରହିଛି । ଦ ମୋରାରଜି ଦେଶାଇ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ୟୋଗା ଏବଂ ଆୟୁଷ ମନ୍ତ୍ରାଳୟ ମିଳିତ ଭାବେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । କାରଣ ଅଫିସ୍ କାମ ମଧ୍ୟରେ କର୍ମଚାରୀମାନେ ନିଜ ପାଇଁ ସମୟ ବାହାର କରିପାରୁ ନାହାନ୍ତି । ସେମାନେ ଯୋଗ ପାଇଁ ସମୟ ଦେଇ ପାରୁନାହାନ୍ତି । ତେଣୁ ଅଫିସରେ ଯୋଗ ଅଭ୍ୟାସ କରିବାକୁ ସମସ୍ତଙ୍କୁ ସୁଯୋଗ ମିଳିବା କଥା ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ତେବେ ୧୨ ଜୁନ୍‌ଠାରୁ କେନ୍ଦ୍ର ସରକାରଙ୍କ ସମସ୍ତ ବିଭାଗ ଏହି Y-Break ନିୟମ ପାଳନ କରନ୍ତୁ ବୋଲି ପରାମର୍ଶ ଦିଆଯାଇଛି । ଏନେଇ ସମସ୍ତ ବିଭାଗର ମନ୍ତ୍ରୀମାନଙ୍କୁ ଯୋଗାଯୋଗ କରାଯାଇଛି । ଖାଲି ସେତିକି ନୁହେଁ ଏହା ଉପରେ ସମସ୍ତେ ନିଜ ନିଜର ମତାମତ ଦେବାକୁ ମଧ୍ୟ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking