32.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଜୁଲାଇ ୪ରେ ଡବ୍‌ଲ୍ୟୁଏଫ୍‌ଆଇ ନିର୍ବାଚନ !

ଜୁଲାଇ ୪ରେ ଡବ୍‌ଲ୍ୟୁଏଫ୍‌ଆଇ ନିର୍ବାଚନ !

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୪ ତାରିଖରେ ଭାରତୀୟ ରେସଲିଂ ମହାସଂଘ (ଡବ୍‌ଲ୍ୟୁଏଫ୍‌ଆଇ) ନିର୍ବାଚନ ଅନୁଷ୍ଠିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଇତିମଧ୍ୟରେ ଏହି ନିର୍ବାଚନ ପାଇଁ ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ପକ୍ଷରୁ ଜମ୍ମୁ-କଶ୍ମୀର ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ମହେଶ ମିତ୍ତଲ କୁମାରଙ୍କୁ ରିଟର୍ଣ୍ଣିଂ ଅଫିସର୍ ଭାବେ ନିଯୁକ୍ତି ଦିଆଯାଇଛି । ଡବ୍‌ଲ୍ୟୁଏଫ୍‌ଆଇର ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକ (ଏସ୍‌ଜିଏମ୍‌) ଅବସରରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ।

ଉକ୍ତ ରିପୋର୍ଟ ଅନୁସାରେ, ଜଷ୍ଟିସ୍ ମିତ୍ତଲ କୁମାର ଏସ୍‌ଜିଏମ୍ ଓ ନିର୍ବାଚନ ତାରିଖ ଧାର୍ଯ୍ୟ କରିବେ । ଗତ ଏପ୍ରିଲ୍ ୨୭ ତାରିଖରେ କ୍ରୀଡ଼ା ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ ଆଇଓଏ ଏକ ୩ଜଣିଆ ଅସ୍ଥାୟୀ କମିଟି ଗଠନ କରିଥିଲା । ଡବ୍‌ଲ୍ୟୁଏଫ୍‌ଆଇ ସଭାପତି ବ୍ରିଜ୍ ଭୂଷଣ ଶରନ୍ ସିଂହଙ୍କ ବିରୋଧରେ ଦେଶର ଏକାଧିକ ତାରକା ରେସଲର୍ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ବେଳେ ଗତ ମାର୍ଚ୍ଚରେ ସେ ତାଙ୍କର ୧୨ ବର୍ଷର କାର୍ଯ୍ୟକାଳ ପୂରଣ କରିଥିଲେ ।

ଏହାପରେ ମେ’ ୭ ତାରିଖରେ ନିର୍ବାଚନ ପାଇଁ ମହାସଂଘ ପକ୍ଷରୁ ଘୋଷଣା କରାଯାଇଥିଲା । କିନ୍ତୁ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ କ୍ରୀଡ଼ା ମନ୍ତ୍ରଣାଳୟ ଏହି ନିର୍ବାଚନ ତାରିଖକୁ ବରଖାସ୍ତ କରିବା ସହ ୪୫ ଦିନ ଭିତରେ ନିର୍ବାଚନ କରିବା ସକାଶେ ଏକ ଦୁଇଜଣିଆ ଅସ୍ଥାୟୀ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲା । ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ ମଧ୍ୟ ୪୫ ଦିନ ଭିତରେ ନିର୍ବାଚନ ନ କଲେ, ନିଲମ୍ବନ ପାଇଁ ଚେତାବନୀ ଦେଇଥିବା ବେଳେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ମଧ୍ୟ ଏହା ଉପରେ ନଜର ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking