ନୂଆଦିଲ୍ଲୀ : ଭାରତରେ କିଛି ଗେମ୍ସରେ ରୋକ୍ ଲାଗିବାର ସମୟ ଆସିବାକୁ ଯାଉଛି । କେନ୍ଦ୍ରୀୟ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି କି କେନ୍ଦ୍ର ସରକାର ଦେଶରେ ୩ ପ୍ରକାରର ଗେମ୍ସକୁ ସଂପୂର୍ଣ୍ଣ ରୂପେ ବ୍ୟାନ କରିବାର ପ୍ରସ୍ତୁତି କରୁଛି । ଅନଲାଇନ୍ ଗେମିଂ ମାଧ୍ୟମରେ ଧର୍ମ ପରିବର୍ତ୍ତନର ମାମଲା ଉପରେ ଚନ୍ଦ୍ର ଶେଖର କହିଛନ୍ତି କି, କେନ୍ଦ୍ର ସରକାର ଅନଲାଇନ୍ ଗେମିଂକୁ ନେଇ ଫ୍ରେମୱାର୍କ ପ୍ରସ୍ତୁତ କରି ନେଇଛନ୍ତି । ମନ୍ତ୍ରୀ କହିଛନ୍ତି, ସରକାର ଏହି ଗେମ୍ସକୁ ଭାରତରେ ବ୍ୟାନ କରିବେ, ଯେଉଁଥିରେ ଜୁଆ ସାମିଲ ଅଛି ବା ଯେଉଁ ୟୁଜରଙ୍କ ପାଇଁ ହାନିକାରକ ହୋଇପାରେ ବା ପୁଣି ଯେଉଁଥିରେ ଆଡିକ୍ସନର ବିପଦ ସାମିଲ ହୋଇଥିବ ।
ଯଦି କୌଣସି ଗେମ୍ରେ ଏଥିରୁ କୌଣସି କାରଣ ଜଣାପଡ଼େ , ତ ଏହାକୁ ତୁରନ୍ତ ବ୍ୟାନ କରିଦିଆଯିବ । ମନ୍ତ୍ରୀ କହିଛନ୍ତି କି, ନିୟମକୁ ନୋଟିଫାଇ କରାଯିବାର ତାରିଖରୁ ୯୦ ଦିନ ଭିତରେ ସଠିକ୍ ଗେମ୍ସକୁ ମଞ୍ଜୁରୀ ଦେଉଥିବା ସେଲ୍ଫ –ରେଗୁଲେଟରୀ ଅର୍ଗାନାଇଜେସନର ଗଠନ କରାଯିବା ଉଚିତ । ସେ ଆହୁରି କହିଛନ୍ତି , ଆଗାମୀ ୯୦ ଦିନରେ ଯେମିତି ଆମେ ଏସଆରଓର ପ୍ରତିକ୍ଷା କରୁଛୁ , ସରକାର ଏହା ଉପରେ ନିର୍ଣ୍ଣୟ ନେବେ କି କେଉଁଟା ଠିକ ଏବଂ କେଉଁଟା ନୁହେଁ । ଇଲେକ୍ଟ୍ରନିକ ଓ ଆଇଟିର ଏମଓଏସ ଏହା ବି ଉଲ୍ଲେଖ କରିଛି କି, ସରକାର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଆଉ କୌଣସି ଟେକନିକ୍କୁ ୟୁଜରଙ୍କୁ କ୍ଷତି ପହଞ୍ଚାଇବା ଦୃଷ୍ଟିକୋଣରେ ରେଗୁଲେଟ୍ କରିବେ । ଏଆଇର ଡେଭଲପମେଣ୍ଟରେ ଚାକିରି ଚାଲି ଯିବାର ଭୟ ଦୂର କରି ମନ୍ତ୍ରୀ କହିଛନ୍ତି କି ଆଗାମୀ କିଛି ବର୍ଷରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ଚାକିରିଆକୁ କୌଣସି ବିପଦ ହେବ ନାହିଁ , କିନ୍ତୁ ଏହି ୫-୭ବର୍ଷ ହୋଇପାରେ ।