31.1 C
Bhubaneswar
Friday, October 18, 2024
Homeଓଡିଶା୧୯୯୪ ବ୍ୟାଚ୍ ରେଭେ‌ନ୍‌ସା ମହାବିଦ୍ୟାଳୟ, ସ୍ନାତକୋତ୍ତର ଓଡିଆ ଭାଷା ଓ ସାହିତ୍ୟ ବିଭାଗର ବନ୍ଧୁ ମିଳନ

୧୯୯୪ ବ୍ୟାଚ୍ ରେଭେ‌ନ୍‌ସା ମହାବିଦ୍ୟାଳୟ, ସ୍ନାତକୋତ୍ତର ଓଡିଆ ଭାଷା ଓ ସାହିତ୍ୟ ବିଭାଗର ବନ୍ଧୁ ମିଳନ

କଟକ: ରବିବାର ରେଭେ‌ନ୍‌ସା ମହାବିଦ୍ୟାଳୟ, ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ୧୯୯୪ ବ୍ୟାଚ୍‌ର ଏକ ବନ୍ଧୁମିଳନ ଭୁବନେଶ୍ବରସ୍ଥ ଜୟଦେବ ବାଟିକାଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତତ୍କାଳୀନ ପ୍ରଫେସର୍ ଡ. ବାବାଜୀ ଚରଣ ପଟ୍ଟନାୟକ ଓ ପ୍ରଫେସର ଡ. ପ୍ରଦୀପ କୁମାର ପଣ୍ଡା ଯୋଗଦାନ କରି ସମସ୍ତଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହିତ ନିଜ ନିଜର ଉତ୍ତର ପିଢିଙ୍କୁ ଜଣେ ଜଣେ ଉତ୍ତମ ନାଗରିକ କରି ଗଢି ତୋଳିବା ପାଇଁ ପ୍ରବର୍ତ୍ତାଇଥିଲେ ।

ମହାବିଦ୍ୟାଳୟର ତତ୍କାଳୀନ ଦୁଇ ଦିବଂଗତ ପ୍ରଫେସର୍ ଡ. ରତ୍ନାକର ଚଇନି ଓ ଡ. ସୁଚିତ୍ରା ମହାପାତ୍ରଙ୍କ ସ୍ମୃତିଚାରଣପୂର୍ବକ ଗୁରୁମାନଙ୍କ ନିର୍ଦ୍ଦେଶିତ ମାର୍ଗରେ ନିଜକୁ ବ୍ରତୀ କରାଇବା ନିମନ୍ତେ ସଂକଳ୍ପ କରିଥିଲେ । ଏହା ସହିତ ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତି କଳ୍ପେ ସମ୍ମିଳିତ ହୋଇ କାର୍ଯ୍ୟ କରିବାକୁ ସମସ୍ତେ ଅଗ୍ରସର ହେବା ସହିତ ବନ୍ଧୁତ୍ବକୁ ବଜାୟ ରଖିବା ପାଇଁ ପ୍ରତିବର୍ଷ ଅନ୍ତତଃ ଥରେ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମକୁ ଆୟୋଜିତ କରିବାପାଇଁ ସ୍ଥିର କରାଗଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking