31.1 C
Bhubaneswar
Friday, October 18, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଗଛ ଡାଳରେ ବସିଥିବା ପକ୍ଷୀ କେବେ ବି ଡରେ ନାହିଁ କି ଡାଳ ହଲୁଅଛି କାରଣ ପକ୍ଷୀେ ଡାଳ ଉପରେ ନୁହେଁ ତା ଡେଣା ଉପରେ ଭରଷା ଥାଏ ସେହିପରି ସବୁ ଭାଗ୍ୟ ଉପରେ ନଛାଡି କର୍ମ ଉପରେ ଭରଷା ରଖନ୍ତୁ ଦେଖିବେ ସଫଳତା ନିଶ୍ଚୟ ମିଳିବ ll
ବ୍ଲେଡ ହେଉଛି ବହୁତ ଧାରୁଆ କିନ୍ତୁ ସେ କେବେ ବଡ ଗଛକୁ କାଟିପରେ ନାହିଁ , ସେହିପରି କୁରାଢୀ ବହୁତ ମଜଭୁତ କିନ୍ତୁ ମିଣ୍ଡବାଳକୁ କାଟିପାରେ ନାହିଁ ସମସ୍ତେ ବହୁତ ବହୁତ ଯୋଗ୍ୟ ବ୍ୟକ୍ତି ନିଜ ନିଜ କର୍ଯ୍ୟକୁ ନେଇ ତେଣୁ କେବେ ଛୋଟ ଭାବି କାହାର ମଜାକ ଉଡାନ୍ତୁ ନାହିଁ ll

କେବେ ଧନ ସମ୍ପତ୍ତି ଆଉ ଚେହେରାକୁ ନେଇ ଗର୍ବ କରନ୍ତୁ ନାହିଁ,
ମଣିଷ ବଳବାନ ନୁହେଁ ସମୟ ବଳବାନ ସମୟ ଆସିଲେ ମଣିଷକୁ ସବୁକିଛି ସରିଯାଏ ଆଉ ସମୟ ଚାଲିଗଲେ ମଣିଷର ସବୁକିଛି ଚାଲିଯାଏ ll

ଅଦ୍ଯ ବୃଷ ଦି୨୯ନ ନବମୀ ଦ ୧୧।୫୬ ଦିଘ ୧୧।୯,ଉତ୍ତରଭାଦ୍ର ଦ୨୪।୨୮ ଦିଘ୨।୫୮,ମୀନ ଚନ୍ଦ୍ର ୬୦ ନିଶାନ୍ତ।
ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ବୃଷ ଦ୪/୨୩/୪୦ ଇଂଘ୫/୧୦/୪୪ ଗତେ ଉଦୟ।
ବିଛା ଦ୪/୫୨/୪୦ ଇଂଘ୬/୨୧/୦୮ ଗତେ ଅସ୍ତ ।

ଯୋଗିନୀ ପୂର୍ବେ । ଦିବା ଘ୧୧।୯ ଗତେ ଉତ୍ତରେ ।ଦିବା ଘ୧୧।୯ ଗତେ ଯାତ୍ରା ଶୁଭ ଓ ଦେବତାଗଠନ,ନୌକାଗଠନ ଓ -ଚାଳନ, ବାଣିଜ୍ୟକରଣ, ହଳପ୍ରବାହ ଓ ବୀଜବପନ, ଔଷଧିକରଣ ଓ ଭକ୍ଷଣ,ନାମକରଣ ଓ ଦୀକ୍ଷାଗ୍ରହଣ । ଦିବା ଘ୧୧।୯ ଗତେ ବିବାହ ଓ ପାଣିଗ୍ରହଣ,ବ୍ରତୋପନୟନ | ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୨।୫୮ ଗତେ ଅଶ୍ବିନୀ ଦୂଜା ରୋହିଣୀ ଆର୍ଦ୍ରା ପୁଷ୍ୟା ମଘା ପୂର୍ବଫାଃ ହସ୍ତା ସ୍ବାତୀ ଅନୁରାଧା ମୂଳା, ପୂର୍ବାଷାଢ଼ ଶ୍ରବଣା ଶତଭିଷା ଉତ୍ତରଭାଦ୍ର ଏ ନକ୍ଷତ୍ର ମାନଙ୍କର ଚନ୍ଦ୍ର ଶୁଦ୍ଧ ।ଧନୁ ରାଶିର ଘାତଚନ୍ଦ୍ର । ମିଥୁନ ରାଶିର ଘାତବାର । ଦିବା ଘ୬।୫୦ ଗତେ ଘ୮।୨୯ ମଧ୍ୟେ କାଳବେଳା । ଘ୩।୪ ଗତେ ଘ୪।୪୩ ମଧ୍ୟେ ବାରବେଳା । ରାତ୍ରି ଘ୧୦।୨୫ ଗତେ ଘ୧୧।୪୬ ମଧ୍ୟେ କାଳରାତ୍ରି । ନବମୀର ଏକୋଦ୍ଦିଷ୍ଟ ଓ ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।ଅଲାବୁ( ଲାଉ) ଦିବା ଘ୧୧।୯ ଗତେ କଳମ୍ବୀ( କଳମ ଶାଗ) ଭକ୍ଷଣ ନିଷେଧ ।

(ଅମୃତ) – ଦିବା ଘ୮।୨୩ ଗତେ ଘ୯।୫୯ ମଧ୍ୟେ ରାତ୍ରି ଘ୯।୩୪ ଗତେ ଘ୧୨।୪୬ ମଧ୍ୟେ ଘ୨।୨୨ ଗତେ ଘ୩।୫୮ ମଧ୍ୟେ । (ମାହେନ୍ଦ୍ର) – ରାତ୍ରି ଘ୪।୪୬ ଗତେ ଘ୫।୧୧ ମଧ୍ୟେ ।

ମେଷ: ନିୟମିତ ଭାବେ ନିଜର ଜ୍ଞାନ ବୃଦ୍ଧି କରନ୍ତୁ। ଭାଇ ଭଉଣୀ ସହିତ ଉତ୍ତମ ବୁଝାମଣା ରହିବ। ବ୍ୟବସାୟୀଙ୍କୁ ଲାଭ ହେବ। ଅଫିସ କାମରେ ବ୍ୟସ୍ତ ରହିବେ।

ବୃଷ: ସାମାଜିକ କାର୍ଯ୍ୟରେ ସହଯୋଗ ଦିଅନ୍ତୁ, ଆପଣଙ୍କର ନାମ ହେବ। ଅଫିସରେ କାମର ପ୍ରଶଂସା ହେବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

ମିଥୁନ: ସୌନ୍ଦର୍ଯ୍ୟ ପ୍ରସାଧନ କ୍ଷେତ୍ରରେ ନିବେଶ କରନ୍ତୁ, ଆପଣଙ୍କୁ ଲାଭ ମିଳିବ। ଟେଣ୍ଟ ହାଉସ ମାଲିକଙ୍କ ଲାଗି ଦିନଟି ଭଲ ରହିବ। ପାରିବାରିକ ଜୀବନ ସୁଖମୟ ହେବ।

କର୍କଟ: କୌଣସି ବଡ଼ ସୁଯୋଗ ହାତଛଡ଼ା ହୋଇପାରେ। ଚିନ୍ତିତ ରହିବା କାରଣରୁ ଜୀବନସାଥୀଙ୍କ ସହିତ ବଚସା ହୋଇପାରେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

ସିଂହ: ଆପଣଙ୍କର ଧ୍ୟାନ ଧାର୍ମିକ କାର୍ଯ୍ୟରେ ଲଗାନ୍ତୁ। ଆର୍ଥିକ ସ୍ଥିତି ସାମାନ୍ୟ ରହିବ। ବ୍ୟବସାୟୀ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।

କନ୍ୟା: କୌଣସି ଶୁଭ ଖବର ପାଇବେ। ମନ ଶାନ୍ତ ରହିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଅଫିସ କାମ ସଂପୂର୍ଣ୍ଣ କରିବା ପାଇଁ ଅଧିକ ସମୟ ଲାଗିପାରେ।

ତୁଳା: ନୂଆ କାମ ଆରମ୍ଭ କରିପାରନ୍ତି। ଧାର ଦେଇଥିବା ପଇସା ପାଇବେ। ରାଜନୀତିରେ ସଫଳତା ପାଇବେ। ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ।

ବିଛା: କଥା କଥାରେ କ୍ରୋଧ ଆସିପାରେ। ପରିବାର ଲୋକଙ୍କର ଆବଶ୍ୟକତା ଉପରେ ଧ୍ୟାନ ଦିଅନ୍ତୁ। ଆପଣଙ୍କର ସବୁ କାମ ସହଜରେ ସଂପୂର୍ଣ୍ଣ ହେବ।

ଧନୁ: କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ ପାଇଁ ପ୍ରଶଂସା ପାଇବେ। ଓକିଲ ପୁରୁଣା ମକଦ୍ଦମାରେ ମନ ନିବେଶ କରିବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ବହୁତ ଭଲ।

ମକର: କାରବାରରେ ଲାଗି ରହିଥିବା ଝଞ୍ଜଟର ସମାଧାନ ହେବ। ଭୂସଂପତ୍ତି କିଣିବା ଯୋଗ ରହିଛି। ଘରକୁ କୌଣସି ବନ୍ଧୁ ଆସିବେ। ଛାତ୍ର ମହତ୍ତ୍ବପୂର୍ଣ୍ଣ ଲକ୍ଷ୍ୟ ଉପରେ ଧ୍ୟାନ ଲଗାଇବେ।

କୁମ୍ଭ: କରିଆସୁଥିବା କାମରେ ଆପଣଙ୍କ ଧ୍ୟାନ ଲାଗି ରହିବ। କାରବାରରେ ବାଧା ଦୂର ହୋଇଯିବ। ପାରିବାରିକ ଜୀବନରେ ଶାନ୍ତି ବଢ଼ିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

ମୀନ: ବ୍ୟବସାୟରେ ଆଶାଜନକ ଫଳ ପାଇବେ। ମହିଳାମାନେ ନିର୍ଦ୍ଧାରିତ ସମୟରେ ଘର କାମ ସଂପୂର୍ଣ୍ଣ କରିବେ। ଭଲ କଂପାନିରେ ସୁଯୋଗ ଲାଗି ଅଧିକ ପରିଶ୍ରମ କରନ୍ତୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking