ଭୁବନେଶ୍ୱର: ଏମ୍ସ ପକ୍ଷରୁ ଏବେ ସୁଦ୍ଧା ୮୦ ମୃତଦେହ ହସ୍ତାନ୍ତର ହୋଇଥିବା ସୂଚନା । ଭେରିଫିକେସନ ପରେ ହସ୍ତାନ୍ତର ନେଇ ଅତିରିକ୍ତ ଅଧିକ୍ଷକ ସୂଚନା ଦେଇଛନ୍ତି । ମୃତଦେହ ହସ୍ତାନ୍ତର ପ୍ରକ୍ରିୟାରେ କୌଣସି ଅସୁବିଧା ନାହିଁ । ଏମ୍ସକୁ ୧୬୨ ମୃତଦେହ ଅଣାଯାଇଥିଲା ଏବଂ ୮୦ଟି ହସ୍ତନ୍ତର ହୋଇଥବବା ଖବର ସାମ୍ନାକୁ ଆସିଛି । ଡିଏନଏ ସାମ୍ପଲ ନିଆଯାଉଛି ଏବଂ ସେହି ଆଧାରରେ ହିଁ ମୃତଦେହ ହସ୍ତାନ୍ତର କରାଯିବ । ମାସ୍ କାଜୁଆଲିଟି ହୋଇଥିବାରୁ ଡିଏନଏ ରିପୋର୍ଟ ଆସିବାର ବିଳମ୍ବ ହେଉଛି ।