ଭୁବନେଶ୍ବର: ଘୁଞ୍ଚିଲା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଫିଲ୍ମ ‘ଲଭ ଇନ୍ ଲଣ୍ଡନ’ ଫିଲ୍ମ ରିଲିଜ ଡେଟ୍ । ଜୁନ୍ ୯ ପରିବର୍ତ୍ତେ ଜୁନ୍ ୧୩ରେ ଫିଲ୍ମ ସିନେମାହଲରେ ରିଲିଜ ହେବ । ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଅଭିନେତା । ଗତକାଲି ଫିଲ୍ମ ରିଲିଜ ଡେଟକୁ ଘୁଞ୍ଚାଇବାକୁ ଅନୁଭବ ନିର୍ମାତାଙ୍କୁ ଅନୁରୋଧ କରିଥିଲେ ।
ଏହାପରେ ଫିଲ୍ମର ନିର୍ମାତା ଏବଂ ପୁରା ଟିମ ସହ ମିଶି ଫିଲ୍ମର ରିଲିଜ ତାରିଖ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିସହିତ ସିନେମାର ଲାଭରୁ ୧୦% ଅର୍ଥକୁ ଉଗଜୠକୁ ଦାନ କରିବା ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।
ଗତ ୨ ତାରିଖରେ ହୋଇଥିବା ବାଲେଶ୍ବର ଜିଲ୍ଲା ବାହାନଗା ଟ୍ରେନ ଦୁର୍ଘଟଣା ପାଇଁ ଫିଲ୍ମ ରିଲିଜକୁ ଘୁଞ୍ଚାଇବାକୁ ନିର୍ମାତାଙ୍କୁ ଚିଠି କରି ଅନୁରୋଧ କରିଥିଲେ । ସେ କହିଥିଲେ ଓଡିଶା ଏକ ଦୁଃଖଦ ସମୟ ଦେଇ ଗତି କରୁଛି । ଏଣୁ ଏଭଳି ସମୟରେ ଉତ୍ସବ ପାଳିବା ଠିକ ନୁହଁ ବୋଲି ମନେ କରୁଛି ।
ତେବେ ଆଜି ତାଙ୍କ ଅନୁରୋଧ ପରେ ଫିଲ୍ମ ନିର୍ମାତା ଏବଂ ଟିମ ମିଶି ଫିଲ୍ମ ଡେଟ୍ ଜୁନ୍ ୯ ପରିବର୍ତ୍ତେ ଜୁନ୍ ୧୩ରେ ସିନେମାହଲରେ ରିଲିଜ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ଅନୁଭବ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ ଜାରି କରି ଏହି ସୂଚନା ଦେଇଛନ୍ତି ।