ଭୁବନେଶ୍ୱର :ରାକ୍ଷସ ସାଜିଲା ସ୍ବାମୀ । ଯିଏ ସବୁ ବିପଦ ଆପଦରୁ ରକ୍ଷା କରିବା ନେଇ ନେଇ ପ୍ରତିଶ୍ରୃତି ଦେଇଥିଲା ସେ ସ୍ବାମୀ ହିଁ ସାଜିଲା ଯମ ଥରେ କି ଦୁଇ ଥର ନୁହେଁ ୧୦ ଥର ଅତି ନିର୍ମମ ଭାବେ ଛୁରୀ ଭୁସି ନେଲା ସ୍ତ୍ରୀର ଜୀବନ । ଦେଶରେ ଗୋଟିଏ ପରେ ଗୋଟିଏ ହତ୍ୟା ମାମଲା ସାମ୍ନାକୁ ଆସୁଥିବା ବେଳେ ନିକଟରେ ମଧ୍ୟପ୍ରଦେଶ ଇନ୍ଦୋରରୁ ଏକ ଛାତି ଥରାଇଲା ଭଳି ଘଟଣା ମାମନା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ବିବାହର ମାତ୍ର ୧୭ ଦିନ ପରେ ନିଜ ସ୍ତ୍ରୀଙ୍କୁ ଛୁରୀ ଭୁସି ହତ୍ୟା କରିଛି ।
ଏହି ଛାତିଥରା ଘଟଣାଟି ଇନ୍ଦୋର ଧାରା ନାକାର ଅଟେ । ନିକଟରେ ବିକି ଓ ଅଞ୍ଜଳିଙ୍କ ବିବାହ ହୋଇଥିଲା । ଘଟଣା ଦିନ ଉଭୟ ସ୍ବାମୀ ଓ ସ୍ତ୍ରୀ ଗୋଟିଏ ରୁମରେ ଥିଲେ। ହଠାତ୍ ପରିବାର ସଦସ୍ୟ ଅଞ୍ଜଳିଙ୍କ ଚିତ୍କାର ଶୁଣିବାକୁ ପାଇଥିଲେ। ସେମାନେ ରୁମରେ ପହଞ୍ଚିବା ପରେ ଦେଖିଥିଲେ ଯେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଞ୍ଜଳି ତଳେ ପଡିଛନ୍ତି । ସେଠାରେ ବିକି ମଧ୍ୟ ଆହତ ଅବସ୍ଥାରେ ପଡି଼ ରହିଥିଲା । ଉଭୟଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
କିନ୍ତୁ ସେଠାରେ ଡ଼ାକ୍ତର ଅଞ୍ଜଳିଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା। ସେପଟେ ଅଭିଯୁକ୍ତ ସ୍ବାମୀ ବର୍ତ୍ତମାନ ଇନ୍ଦୋରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।