19.1 C
Bhubaneswar
Friday, November 22, 2024
Homeଓଡିଶା୨୦୦୦ ଟଙ୍କିଆ ନୋଟ ବନ୍ଦ ପ୍ରସଙ୍ଗ; ଜନସ୍ୱାର୍ଥ ମାମଲାକୁ ଖାରଜ କଲେ ହାଇକୋର୍ଟ

୨୦୦୦ ଟଙ୍କିଆ ନୋଟ ବନ୍ଦ ପ୍ରସଙ୍ଗ; ଜନସ୍ୱାର୍ଥ ମାମଲାକୁ ଖାରଜ କଲେ ହାଇକୋର୍ଟ

କଟକ : କେନ୍ଦ୍ର ସରକାରଙ୍କ ୨୦୦୦ ଟଙ୍କିଅ ନୋଟ୍ ବନ୍ଦ ପ୍ରସଙ୍ଗକୁ ନେଇ ଆଗତ ମାମଲାକୁ ଆଜି ହାଇକୋର୍ଟ ଖାରଜ କରିଦେଇଛନ୍ତି । ହାଇକୋର୍ଟର ଅବକାଶକାଳୀନ ବିଚାରପତି ଏସ୍‌.କେ.ସାହୁ ଓ ବିଚାରପତି ମୁରାହରି ଶ୍ରୀ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଆବେଦନକୁ ଖାରଜ କରିଛନ୍ତି । ଏଭଳି ମାମଲା ପ୍ରଚାର ପାଇଁ ଉଦ୍ଦିଷ୍ଟ ଓ ଏଥିରେ କୌଣସି ଲୋକଙ୍କ ହିତ ହେବାର ନାହିଁ । ଭାରତ ସରକାରଙ୍କର ଏହା ଅର୍ଥନୈତିକ ଯୋଜନା ସମ୍ପର୍କିତ ହୋଇଥିବାରୁ ସୁପ୍ରିମକୋର୍ଟଙ୍କ ପୂର୍ବ ନିଷ୍ପତ୍ତି ଆଧାରରେ ଏଭଳି ମାମଲା ବିଚାରଯୋଗ୍ୟ ନୁହେଁ ବୋଲି ଖଣ୍ଡପୀଠ ମତ ଦେଇଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ କେନ୍ଦ୍ର ସରକାର ୨୦୦୦ ଟଙ୍କିଆ ନୋଟ୍‌କୁ ବନ୍ଦ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ।

ରିଜର୍ଭ ବ୍ୟାଙ୍କ ଇଣ୍ଡିଆ ଦ୍ୱାରା ଛପାଯାଇଥିବା ଏହି ନୋଟ୍‌ର ସମୟ ସୀମା ଏତେ କମ୍ ସମୟ ପାଇଁ କଣ ପାଇଁ ରହିଲା ଏବଂ ଅନ୍ୟ କୌଣସି ନୋଟ୍‌କୁ କ’ଣ ପାଇଁ ବଦଳା ଗଲା ନାହିଁ ଏ ସଂକ୍ରାନ୍ତରେ ଆରବିଆଇ ସ୍ପଷ୍ଟୀକରଣ ରଖିବା ନିମନ୍ତେ ସମାଜସେବୀ ଜୟନ୍ତୀ ଦାସ ହାଇକୋର୍ଟରେ ମେ ୩୧ ତାରିଖରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ । ଆବେଦନକାରୀ ତାଙ୍କ ପିଟିସନ୍‌ରେ ଦର୍ଶାଇଛଥବଲେ ଯେ ୨୦୦୦ ଟଙ୍କିଆ ନୋଟ୍ ବଦଳ ସମୟରେ ନିୟମାବଳୀ ନଥିବାରୁ କେତେକ ବ୍ୟକ୍ତି ବା ସଂସ୍ଥା ବାରମ୍ବାର ବ୍ୟାଙ୍କକୁ ଯାଇ ନୋଟ୍ ବଦଳାଇବା କ୍ଷେତ୍ରରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ନୋଟ୍ ବଦଳ ସମୟରେ ମୋବାଇଲ ନମ୍ବର, ଆଧାରକାର୍ଡ,ପାନ କାର୍ଡର ବିବରଣୀ ପ୍ରଦାନ ବାଧ୍ୟତା ମୂଳକ କରିବା ଏବଂ କେଉଁ ପରିସ୍ଥିତିରେ ନୋଟ୍‌କୁ ବଜାରରୁ ହଟାଇ ଦେବା ଲାଗି ନିଷ୍ପତ୍ତି ନିଆଯାଇଛି, ସେ ସଂକ୍ରାନ୍ତରେ ଆରବିଆଇ ସ୍ପଷ୍ଟୀକରଣ ରଖିବା ଆବଶ୍ୟକ । ୨୦୦୦ ଟଙ୍କା ବ୍ୟତୀତ ଅନ୍ୟ କୌଣସି ନୋଟ୍ କାହିଁକି ବଦଳାଗଲା ନାହିଁ ସେ ସମ୍ପର୍କରେ ତଥ୍ୟ ରଖିବା ଏବଂ ନୋଟ୍ ବଦଳାଇବା ସମୟରେ କଳାଧନ ରଖିଥିବା ବ୍ୟକ୍ତିଙ୍କୁ ଧରିବା ନେଇ କ’ଣ ପଦକ୍ଷେପ ନିଆଯାଇଛି ପ୍ରତିପକ୍ଷ ଜବାବ ରଖିବାକୁ ଆବେଦନକାରୀଙ୍କ ପକ୍ଷରୁ ଅଦାଲତରେ ପ୍ରାର୍ଥନା କରାଯାଇଥିଲା । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଜୟ କୁମାର ରଗଡ ଏହି ମମଲାର ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking