19.1 C
Bhubaneswar
Friday, November 22, 2024
Homeଓଡିଶାଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ବଢୁଛି ଅସନ୍ତୋଷ

ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ବଢୁଛି ଅସନ୍ତୋଷ

ବୁଗୁଡ଼ା : ସଂପ୍ରତି ଅସହ୍ୟ ତାତି ଓ ପ୍ରବଳ ଗୁଳୁଗୁଳି ବୁଗୁଡ଼ା ଅଞ୍ଚଳବାସୀଙ୍କୁ ନାକେଦମ କରୁଥିବା ବେଳେ ଅହୋରାତ୍ର ବାରମ୍ବାର ବିଦ୍ୟୁତ୍ କାଟ ଯୋଗୁଁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ଟାଟା ପାୱାର ବିଦ୍ୟୁତ୍ ବିଲ୍ ଆଦାୟ ଦିଗରେ ଯେତିକି ତତ୍ପରତା ଦେଖାଉଛି, ବିଦ୍ୟୁତ୍ ଭିତ୍ତିଭୂମିର ସୁଧାର ଆଣିବା ଏବଂ ବିଦ୍ୟୁତ୍ କାଟ ରୋକିବାରେ ସେତିକି ପଦକ୍ଷେପ ନେଉନାହିଁ । ବୁଗୁଡା ଅଞ୍ଚଳରେ ପ୍ରତିଦିନ ବେହିସାବ ବିଦ୍ୟୁତ୍ କାଟ ହେଉଛି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି । ପବନ କି ବର୍ଷା ହେଲେ ଲାଇନ୍ ଆସିବା କାଠିକର ପାଠ ହେଉଛି । ଆସ୍କା ନିକଟ ଚାରି ମାଇଲି ଗ୍ରୀଡ଼ରୁ ବୁଗୁଡ଼ାର ଷୋଳମାଇଲି ଠାରେ ଥିବା ବିଦ୍ୟୁତ ସବଷ୍ଟେସନକୁ ୩୩ କେଭି ଲାଇନ ଦ୍ୱାରା ବିଦ୍ୟୁତ ଆସିବା ପରେ ବୁଗୁଡ଼ା ସହର ସମେତ ଆଖ ପାଖ ଅଞ୍ଚଳକୁ ବିଦ୍ୟୁତ ବଣ୍ଟନ ହେଉଛି ।

ତେବେ ଷୋଳମାଇଲି ସବଷ୍ଟେସନଠାରୁ ଚାରିମାଇଲି ଗ୍ରୀଡ଼ର ଦୂରତା ପ୍ରାୟ ୨୫ କିଲୋମିଟର ହେଉଛି । ଅଧିକାଂଶ ସମୟରେ ୩୩ କେଭି ଲାଇନରେ ତ୍ରୁଟି ରହୁଥିବା ଦର୍ଶାଇ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ ହେଉଛି । ବିଦ୍ୟୁତ୍ କାଟ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଏବଂ କର୍ମଚାରୀଙ୍କ ଉତ୍ତର ସରକାରୀ ଘୋଷଣାକୁ ଉପହାସ ଏବଂ ସାଧାରଣ ଜନତାଙ୍କ ପ୍ରତି କଟାକ୍ଷ ପରି ମନେ ହେଉଛି । ଯାହାକୁ ନେଇ ବଢୁଛି ଜନ ଅସନ୍ତୋଷ । ବୁଗୁଡ଼ା ଠାରେ ବିଦ୍ୟୁତ ଗ୍ରୀଡ଼ ପ୍ରତିଷ୍ଠା ପାଇଁ ୪ ବର୍ଷ ହେଲା ଜମି କ୍ରୟ ହୋଇଛି । ତେବେ ଏହା ଏକ ବିବାଦୀୟ ଜମି ହୋଇଥିବାରୁ ସେଠାରେ ଏ ପର୍ଯ୍ୟନ୍ତ ଗ୍ରୀଡ଼୍ ସ୍ଥାପନ ହୋଇ ପାରିନି । ଏହାର ବିକଳ୍ପ ବ୍ୟବସ୍ଥା କରି ବୁଗୁଡ଼ାରେ ଏକ ବିଦ୍ୟୁତ ଗ୍ରୀଡ ପ୍ରତିଷ୍ଠା ପାଇଁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking