ଯଦି ଜୀବନରେ କୋୖଣସି ଭଲ ସୁଯୋଗ ହାତ ଛଡ଼ା କରିଦେଲେ ସେଥି ଲାଗି ଆଖି ରୁ ଅଶ୍ରୁ ଝରାଇ ଦୃଷ୍ଟିକୁ ମେଘାଚ୍ଛନ୍ନ କରନ୍ତୁ ନାହିଁ କାହିଁକି ନା ଦୃଷ୍ଟି ପରିଷ୍କାର ଥିଲେ ହିଁ ପରବର୍ତ୍ତୀ ସୁଯୋଗଟି ଆଉ ଆପଣଙ୍କ ହାତ ଛଡା ହେବ ନାହିଁ।
କ୍ରୋଧ ମନକୁ ସଦା ଅଶାନ୍ତ କରିଦିଏ ତଦ୍ଦ୍ୱାରା ଶରୀର ଅଶାନ୍ତିରେ ରହିବା ସହ ଶରୀରରୁ ବହୁ ମାତ୍ରାରେ ଶକ୍ତି ଅପଚୟ ହୋଇଥାଏ, କିନ୍ତୁ ନୀରଵତା ଏଭଳି ଏକ ଅସ୍ତ୍ର ଯିଏ ମନକୁ ଆରାମ ଦେଇଥାଏ ତଦ୍ଦ୍ୱାରା ଶରୀର ଶାନ୍ତ ରହିବା ସହ ଶରୀର ବି ଆରାମ ପାଇଥାଏ ।
ଶାନ୍ତି ଓ ସହନଶୀଳତା ଶୀତତାପ ନିୟନ୍ତ୍ରିତ ମେସିନ୍ ଭଳି ମନୁଷ୍ୟର କାର୍ଯ୍ୟକ୍ଷମତାକୁ ବଢାଇଥାନ୍ତି ତଦ୍ଦ୍ୱାରା ମନର ଶୀତଳତାରୁ ମନୁଷ୍ୟ ସଫଳତା ପ୍ରାପ୍ତି କରିଥାଏ ।
ସତ୍ୟକୁ ଆଶ୍ରୟ କରିଥିବା ବ୍ୟକ୍ତି ନିମିତ୍ତକ ପାଇଁ ଦୁଃଖ କଷ୍ଟ ଅନୁଭବ କରିଥାଏ କିନ୍ତୁ ମିଥ୍ୟାବାଦୀ ଉପରକୁ ସୁଖର ଦୃଶ୍ୟମାନ ହୁଏ ସିନା ମନ ତା’ର ସବୁବେଳେ ଆନ୍ଦୋଳିତ ହେଉଥାଏ, ତେଣୁ ଆମେ ଚେଷ୍ଟା କରିବା ମିଥ୍ୟା ଠାରୁ ଦୁରେଇ ରହିବାକୁ।
ଅଦ୍ଯ ବୃଷ ଦି୨୨ନ,ପ୍ରତିପଦ ଦ୩।୦ ପ୍ରାଘ୬।୨୩,ଦ୍ଵିତୀୟାକ୍ଷ ଦ୫।୩୮ ନିଃଘ୩।୩୮,ମୂଳା ଦ୫୧।୨୭ ରାଘ୧।୪୬.
ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ବୃଷ ଦ୩/୧୬/୦୦ ଇଂଘ ୫/୧୦/୩୯ ଗତେ ଉଦୟ।
ବିଛା ଦ୩/୩୮/୦୦ ଇଂଘ ୬/୧୮/୫୦ ଗତେ ଅସ୍ତ ।
ଯୋଗିନୀ ପୂର୍ବେ । ପ୍ରାତଃ ଘ.୬।୨୩ ଗତେ ଉତ୍ତରେ ।ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ରାତ୍ରି ଘ୧।୪୬ ଗତେ ଉତ୍ତରାଷାଢ଼ା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ଅଶ୍ୱିନୀ କୃତ୍ତିକା ରୋହିଣୀ ଆର୍ଦ୍ରା ପୁଷ୍ୟା ମଘା ଉତ୍ତରାଫାଃ ହସ୍ତା ସ୍ବାତୀ ଅନୁରାଧା ମୂଳା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି | ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର । ମିଥୁନ ରାଶିର ଘାତବାର । ଦିବା ଘ୬।୪୮ ଗତେ ଘ୮।୨୬ ମଧ୍ୟେ କାଳବେଳା । ଘ୩।୩ ଗତେ ଘ୪।୪୧ ମଧ୍ୟେ ବାରବେଳା । ରାତ୍ରି ଘ୧୦।୨୫ ଗତେ ଘ୧୧।୪୭ ମଧ୍ୟେ କାଳରାତ୍ରି ।ମୃତେ ପ୍ରାତଃ ଘ୬।୨୩ ଗତେ ରାତ୍ରି ଘ୪।୫୭ ମଧ୍ୟେ ପାଦଦୋଷ । ଫଳଂ ପଶୁ ହାନି ଓ ଅନ୍ନ ଦାନ । ପ୍ରଥମ ରଜୋଦର୍ଶନେ ରାତ୍ରି ଘ୧।୪୬ ଗତେ ସାତମାସ ଗଣ୍ଡଦୋଷ । ସ୍ଵର୍ଶ ଓ ପୀତ ବସ୍ତ୍ର ଦାନ । ଦ୍ଵିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ବୃହତୀ(ବୋଇତି କଖାରୁ) ଭକ୍ଷଣ ନିଷେଧ । ତୁହ୍ୟସ୍ପର୍ଶ ତିଥିର ଗ୍ରହପୂଜା ହୋମାଦି କରଣୀୟ ।
*(ଅମୃତ) – ଦିବା ଘ୮।୨୨ ଗତେ ଘ୯।୫୮ ମଧ୍ୟେ ରାତ୍ରି ଘ୯।୩୧ ଗତେ ଘ୧୨।୪୩ ମଧ୍ୟେ ଘ୨।୧୯ ଗତେ ଘ୩।୫୫ ମଧ୍ୟେ ।(ମାହେନ୍ଦ୍ର) – ରାତ୍ରି ଘ୪।୪୩ ଗତେ ଘ୫।୧୦ ମଧ୍ୟେ
ମେଷ: ନିଜର ବିଚାରକୁ ନିର୍ଭୀକ ଭାବେ ବ୍ୟକ୍ତ କରନ୍ତୁ। ଧୀରେ କୁହନ୍ତୁ, କିନ୍ତୁ ସ୍ପଷ୍ଟ ରୂପେ କୁହନ୍ତୁ। ଘରର କୌଣସି ନୂଆ ଦାୟିତ୍ବ ସମ୍ଭାଳିବେ। ବକେୟା ଅର୍ଥ ପାଇବେ।
ବୃଷ: ଘରେ ସନ୍ତୁଷ୍ଟି ଭରା ଦିନଟିଏ ଅତିବାହିତ କରିବେ। ସ୍ବାଦିଷ୍ଠ ଭୋଜନ କରିବେ। ବ୍ୟବସାୟ କାମରେ ପରିବାର ଲୋକଙ୍କର ପୂରା ସହଯୋଗ ପାଇବେ।
ମିଥୁନ: ସୃଜନଶୀଳ କାର୍ଯ୍ୟରେ ମନ ଲାଗିବ। କୌଣସି ମଞ୍ଚରେ ଅଭିନୟ ପାଇଁ ସୁଯୋଗ ପାଇବେ। ପ୍ରେମିକାଙ୍କୁ ମନର କଥା କହିବେ। ଆଶାଠୁଁ ଅଧିକ ଲାଭ ପାଇବେ।
କର୍କଟ: ପୂର୍ବ ମନୋକାମନା ପୂରଣ ହେବ। ମହିଳାମାନଙ୍କ ଲାଗି ଦିନଟି ସୌହାର୍ଦ୍ଦ୍ୟପୂର୍ଣ୍ଣ ରହିବ। କ୍ୟାରିୟର ସମ୍ବନ୍ଧରେ ନୂଆ ସୁଯୋଗ ପାଇବେ।
ସିଂହ: କାମ, ପରିବାର ଓ ବନ୍ଧୁ ମଧ୍ୟରେ ଭାରସାମ୍ୟ ବଜାୟ ରଖନ୍ତୁ। ସରକାରୀ ଶିକ୍ଷକଙ୍କ ଲାଗି ଭଲ ଦିନଟିଏ। ସୁସମ୍ବାଦ ପାଇବେ।
କନ୍ୟା: ଶାନ୍ତ ରହି ନିଜର ପ୍ରାଥମିକତା ଚୟନ କରନ୍ତୁ। ନିଜର ବ୍ୟବହାରରେ ଟିକେ ବିନମ୍ରତା ରଖନ୍ତୁ। ନୂଆ ଲୋକଙ୍କ ସହିତ ସାକ୍ଷାତ ଲାଭପ୍ରଦ ହେବ।
ତୁଳା: ଆର୍ଥିକ ସ୍ଥିତି ଅନୁଯାୟୀ ଭବିଷ୍ୟତ ପାଇଁ ଯୋଜନା କରନ୍ତୁ। ଅନ୍ୟ ରାଜ୍ୟରେ ବେପାର ବିସ୍ତାର କରିବା ଲାଗି ପ୍ରୟାସ କରିବେ। ସମ୍ବନ୍ଧରେ ମଧୁରତା ବଜାୟ ରହିବ।
ବିଛା: ଖୋଦକୁ ସୁସ୍ଥ ଅନୁଭବ କରିବେ। ସମ୍ବନ୍ଧରେ ଲାଗି ରହିଥିବା ତିକ୍ତତା ଦୂର କରିବେ। ବିଦେଶରେ ଚାକିରି କରିବାକୁ ଇଚ୍ଛୁକ ବ୍ୟକ୍ତି କିଛି ଦିନ ଧୈର୍ଯ୍ୟ ଧରି ରୁହନ୍ତୁ।
ଧନୁ: ଧାର୍ମିକ କାର୍ଯ୍ୟରେ ଧ୍ୟାନ ଲାଗି ରହିବ। ବେପାର ବୃଦ୍ଧି ଲାଗି କୌଣସି ବଡ଼ କଂପାନି ସହିତ ଡିଲ୍ କରିବେ। ପିତାମାତା ଆପଣଙ୍କ ପରିଶ୍ରମରେ ଖୁସି ରହିବେ।
ମକର: ଆପଣ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସରକାରୀ କ୍ଷେତ୍ରରେ ଲାଭ ହେବାର ସମ୍ଭାବନା ଅଛି। ଘର ପାଇଁ କୌଣସି ପ୍ଲାଷ୍ଟିକ ଜିନିଷ କିଣିବେ।
କୁମ୍ଭ: ଲେଖକ ଓ କଳାକାରଙ୍କ ଲାଗି ସମୟ ଅନୁକୂଳ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। କଂପାନିରେ ଚାକିରି କରୁଥିବା ଲୋକଙ୍କୁ ନୂଆ ପ୍ରୋଜେକ୍ଟ ମିଳିବ।
ମୀନ: ଶାରୀରିକ ଓ ମାନସିକ ରୂପେ ସୁସ୍ଥ ରହିବେ। ଆପଣଙ୍କ କାମର ପ୍ରଶଂସା ହୋଇପାରେ। ସରକାରୀ ଚାକିରିଆଙ୍କର ଭଲ ଜାଗାକୁ ବଦଳି ହେବ।