28.1 C
Bhubaneswar
Saturday, October 19, 2024
Homeଖେଳଜୁନିଅର୍ ମହିଳା ଏସିଆ କପ୍‌; ବୃହତ୍ ବିଜୟ ସହ ଭାରତର ଅଭିଯାନ

ଜୁନିଅର୍ ମହିଳା ଏସିଆ କପ୍‌; ବୃହତ୍ ବିଜୟ ସହ ଭାରତର ଅଭିଯାନ

କାକାମିଗହରା : ଏଠାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଜୁନିଅର୍ ମହିଳା ଏସିଆ କପ୍ ହକିରେ ଭାରତ ପ୍ରଥମ ମ୍ୟାଚ୍‌ରେ ୨୨-୦ରେ ବିଜୟୀ ହୋଇଛି । ଶନିବାର ଦଳ ଉଜ୍‌ବେକିସ୍ତାନ ବିପକ୍ଷରେ ଖେଳିଥିବା ମ୍ୟାଚ୍‌ରେ ବୃହତ୍ ବିଜୟ ମାଧ୍ୟମରେ ପ୍ରତିଯୋଗିତାରେ ବେଶ୍ ଦମଦାର ତରିକାରେ ତା’ର ଅଭିଯାନ ଆରମ୍ଭ କରିଛି । ଏହି ଏକତରଫା ମ୍ୟାଚ୍‌ରେ ଭାରତ ପକ୍ଷରୁ ଅନୁ ସର୍ବାଧିକ ୬ଟି ଗୋଲ୍ ଦେଇଥିଲେ ।

ଏହାଛଡ଼ା ମମତାଜ୍ ଖାନ୍ ଓ ଦୀପିକା ୪ଟି ଲେଖାଏଁ ଏବଂ ବୈଷ୍ଣବୀ ବିଠଲ୍ ଫାଲ୍‌କେ, ସୁନେଲିତା ଟପ୍ପୋ ଓ ଦୀପିକା ସୋରେଙ୍ଗ ୨ଟି ଲେଖାଏଁ ଗୋଲ୍ ଦେଇଥିଲେ । ଅନୁ ତ୍ରୟୋଦଶ, ୨୯ତମ, ୩୦ତମ, ୩୮ତମ, ୪୩ତମ ଓ ୫୧ତମ ମିନିଟ୍‌ରେ, ମମତାଜ୍ ଷଷ୍ଠ, ୪୪ତମ, ୪୭ତମ ଓ ୬୦ତମ, ଦୀପିକା ୩୨ତମ, ୪୪ତମ, ୪୬ତମ ଓ ୫୭ତମ, ବୈଷ୍ଣବୀ ତୃତୀୟ ଓ ୫୬ତମ, ସୁନେଲିତା ସପ୍ତଦଶ ମିନିଟ୍‌ରେ ଦୁଇଟି ଏବଂ ଦୀପିକା ଅଷ୍ଟାଦଶ ଓ ୨୫ତମ ମିନିଟ୍‌ରେ ଗୋଲ୍ ସ୍କୋର୍ କରିଥିଲେ ।

ତା’ଛଡ଼ା ୨୬ତମ ମିନିଟ୍‌ରେ ମଞ୍ଜୁ ଚୋରସିୟା ଓ ୪୭ତମ ମିନିଟ୍‌ରେ ନୀଲମ ଅନ୍ୟ ଦୁଇଟି ଗୋଲ୍ ଦେଇଥିଲେ । ପୁଲ୍ ପର୍ଯ୍ୟାୟର ଭାରତ ତା’ର ଦ୍ୱିତୀୟ ମ୍ୟାଚ୍ ଆସନ୍ତା ୫ ତାରିଖରେ ଖେଳିବ, ଯେଉଁଥିରେ ଏହାର ମୁକାବିଲା ମାଲେସିଆ ସହ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking