31.1 C
Bhubaneswar
Friday, October 18, 2024
Homeଓଡିଶାନାବାଳିକା ବଳତ୍କାର ମାମଲା: ଆସାମୀକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ

ନାବାଳିକା ବଳତ୍କାର ମାମଲା: ଆସାମୀକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ

କଟକ: କଟକ ଜିଲ୍ଲାର କଟକ ସଦର ଥାନା ଅଧିନସ୍ଥ ନୂଆଗଡ ଅଞ୍ଚଳରେ ହୋଇଥିବା ଏକ ନାବାଳିକା ବଳତ୍କାର ମାମଲାରେ କଟକର ତୃତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ପୋଷ୍କୋ କୋର୍ଟ ଆସାମୀ ଅଙ୍କୁର ବାରିକ୍ (୩୯)କୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ପ୍ରଦାନ କରିଛନ୍ତି ।

ଏଥିସହିତ କୋର୍ଟ ଆସାମୀକୁ ୧୦ହଜାର ଟଙ୍କାର ଜରିମାନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଆସାମୀକୁ ଆଉ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ କହିଛନ୍ତି । ସେହିପରି କୋର୍ଟ ପିଡିତାକୁ ୪ଲକ୍ଷ ଟଙ୍କାର କ୍ଷତିପୁରଣ ପ୍ରଦାନ କରିବାକୁ ମଧ୍ୟ କଟକ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ଆଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଶଙ୍କର ବାରିକ୍‌କୁ କୋର୍ଟ ନିର୍ଦ୍ଦେଶରେ ଖଲାସ କରିଛନ୍ତି । ୨୦୧୬ ମସିହା ଫେବୃୟାରୀ ୨୯ ତାରିଖରେ ଘଟଣା ଘଟିଥିଲା ।

ନୂଆଗଡ ଅଞ୍ଚଳର ଜଣେ ୧୨ ବର୍ଷୀୟା ନାବାଳିକା ସ୍ଥାନୀୟ ନାଳକୁ ଗାଧୋଇ ଯାଇଥିବାବେଳେ ଆସାମୀ ଅଙ୍କୁର ପିଡିତାକୁ ବଳତ୍କାର କରିଥିବା ନେଇ ଅଭିଯୋଗ ହୋଇଥିଲା । ଘଟଣା ସମ୍ପର୍କରେ କଟକ ସଦର ଥାନାରେ ଗତ ୨୦୧୬ ମାର୍ଚ୍ଚ ୧ ତାରିଖରେ ପିଡିତାର ପରିବାର ପକ୍ଷରୁ ଅଭିଯୁକ୍ତମାନଙ୍କ ବିରୋଧରେ ଏତଲା ରୁଜୁ କରାଯାଇଥିଲା । ଏହି ଘଟଣାରେ ଅଭିଯୁକ୍ତକୁ ଗିରଫ ପରେ ପୁଲିସ୍ ୨୦୧୬ ମସିହା ଜୁଲାଇ ୧ ତାରିଖରେ କୋର୍ଟରେ ସେମାନଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲା ।

ସେହିପରି ୨୦୧୬ ମସିହା ଅଗଷ୍ଟ ୨୫ ତାରିଖରେ ସେମାନଙ୍କ ବିରୋଧରେ କୋର୍ଟରେ ଚାର୍ଜଫ୍ରେମ୍ ହୋଇଥିଲା । କଟକର ତୃତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ପୋଷ୍କୋ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିଲା । ମାମଲାରେ ୧୧ଜଣଙ୍କର ସାକ୍ଷ୍ୟ ଗ୍ରହଣ ହୋଇଥିବାବେଳେ ୬ ଟି ପ୍ରାମାଣିକ ନଥିପତ୍ରକୁ ବିଚାରକୁ ନିଆଯାଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ପୋଷ୍କେ କୋର୍ଟରେ ଏହି ମାମଲାକୁ ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ରମେଶ ଚନ୍ଦ୍ର ମହାନ୍ତି ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking