17.1 C
Bhubaneswar
Monday, November 25, 2024
Homeଅପରାଧଶବ ସହ ଦୁଷ୍କର୍ମ କଲା ସୈତାନ ଅଭିଯୁକ୍ତ

ଶବ ସହ ଦୁଷ୍କର୍ମ କଲା ସୈତାନ ଅଭିଯୁକ୍ତ

ବେଙ୍ଗାଲୁରୁ: ଶବ ସହ ଦୁଷ୍କର୍ମ । ସୈତାନ ସାଜୁଛନ୍ତି ଶବ ଗୃହର ସୁରକ୍ଷାକର୍ମୀ । ଯୁବତୀ ଓ ମହିଳାଙ୍କ ଶବକୁ ଦୁଷ୍କର୍ମ ଘଟଣା ବଢ଼ୁଥିବା ବେଳେ ଏହି ଅପରାଧ ରୋକିବାକୁ କର୍ଣ୍ଣାଟକ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାର ଶବାଗାରରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ସରକାରଙ୍କୁ ୬ ମାସ ସମୟ ଦିଆଯାଇଛି ।

ହତ୍ୟା ଏବଂ ନେକ୍ରୋଫିଲିଆ ବା ଶବକୁ ଦୁଷ୍କର୍ମ ମାମଲାର ଶୁଣାଣି ବେଳେ  ହାଇକୋର୍ଟ ଡିଭିଜନ ବେଞ୍ଚ କହିଛନ୍ତି, ଶବାଗାରରେ ରହୁଥିବା ଯୁବତୀଙ୍କ ମୃତଦେହ ସହ ସୁରକ୍ଷାକର୍ମୀ ଯୌନସମ୍ପର୍କ ରଖିବା ଭଳି ଅନେକ ଘଟଣା ସାମ୍ନାକୁ ଆସୁଛି । ମହିଳା ଓ ଯୁବତୀଙ୍କ ଶବର ସମ୍ମାନ ରକ୍ଷା ପାଇଁ ଆଗକୁ ଯେମିତି ଏଭଳି ଅପରାଧ ନଘଟେ ସେ ଦିଗରେ ସରକାର ପଦକ୍ଷେପ ନେବା ଆବଶ୍ୟକ । ଶବ ସହ ଦୁଷ୍କର୍ମ ଭଳି ଘୃଣ୍ୟ ଅପରାଧ ମାମଲାରେ ଦୋଷୀକୁ ଦଣ୍ଡବିଧାନ ପାଇଁ ଭାରତରେ କୌଣସି ଆଇନ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking