28.1 C
Bhubaneswar
Saturday, October 19, 2024
Homeଖେଳଥାଇଲାଣ୍ଡ୍ ଓପନ୍ ବ୍ୟାଡ୍‌ମିଣ୍ଟନ୍‌; କ୍ୱାର୍ଟର୍‌ରେ ଜର୍ଜ ଓ ଲକ୍ଷ୍ୟ

ଥାଇଲାଣ୍ଡ୍ ଓପନ୍ ବ୍ୟାଡ୍‌ମିଣ୍ଟନ୍‌; କ୍ୱାର୍ଟର୍‌ରେ ଜର୍ଜ ଓ ଲକ୍ଷ୍ୟ

ବ୍ୟାଙ୍କକ୍ : ଏଠାରେ ଚାଲିଥିବା ଥାଇଲାଣ୍ଡ୍ ଓପନ୍ ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍‌ରେ ଗୁରୁବାର ଭାରତର ଦୁଇ ଜଣ ଖେଳାଳି କିରନ୍ ଜର୍ଜ ଓ ଲକ୍ଷ୍ୟ ସେନ୍ ସେମାନଙ୍କ ବିଜୟ ଧାରା ଜାରି ରଖି କ୍ୱାର୍ଟର୍ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଏହି ବିଡବ୍‌ଲ୍ୟୁଏଫ୍ ୱାର୍ଲ୍ଡ ଟୁର୍ ସୁପର୍ ୫୦୦ ଟୁର୍ଣ୍ଣାମେଣ୍ଟ୍‌ରେ ଜର୍ଜ ମାଲେସିଆ ମାଷ୍ଟର୍ସ ରନର୍ସଅପ୍ ଚୀନ୍‌ର ୱେଙ୍ଗ୍ ହୋଙ୍ଗ୍ ୟାଙ୍ଗ୍‌ଙ୍କୁ ୨୧-୧୧, ୨୧-୧୯ରେ ପରାସ୍ତ କରିଛନ୍ତି ।

ୟାଙ୍ଗ୍ ଚଳିତ ପ୍ରତିଯୋଗିତାରେ ତାଙ୍କର ପ୍ରଥମ ମ୍ୟାଚ୍‌ରେ ଭାରତର କିଦାମ୍ବୀ ଶ୍ରୀକାନ୍ତଙ୍କୁ ପରାସ୍ତ କରିଥିଲେ । ପୂର୍ବ ମ୍ୟାଚ୍‌ରେ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିବା ଜର୍ଜ କ୍ୱାର୍ଟର୍ ଫାଇନାଲ୍‌ରେ ଶୁକ୍ରବାର ଫ୍ରାନ୍ସର ଟୋମା ଜୁନିଅର୍ ପୋପୋଭ୍‌ଙ୍କୁ ଭେଟିବେ । ଅନ୍ୟପକ୍ଷରେ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ଜିତିଥିବା ଯୁବ ତାରକା ଲକ୍ଷ୍ୟ ଚୀନ୍‌ର ଲି ଶି ଫେଙ୍ଗ୍‌ଙ୍କୁ ୨୧-୧୭, ୨୧-୧୫ରେ ପରାସ୍ତ କରି ଚଳିତ ସିଜନ୍‌ରେ ଦ୍ୱିତୀୟ ଥର ପାଇଁ କୌଣସି ପ୍ରତିଯୋଗିତାର କ୍ୱାର୍ଟର୍ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି । ତୃତୀୟ ରାଉଣ୍ଡ୍ ମ୍ୟାଚ୍‌ଟିକୁ ମାତ୍ର ୪୯ ମିନିଟ୍‌ରେ ଶେଷ କରିଥିବା ଲକ୍ଷ୍ୟ ଅନ୍ତିମ ୮ ପର୍ଯ୍ୟାୟରେ ମାଲେସିଆର କ୍ୱାଲିଫାୟର୍ ଲିଓଙ୍ଗ୍ ଜୁନ୍ ହାଓଙ୍କୁ ଭେଟିବେ ।

ତେବେ ପୁରୁଷ ଡବଲ୍ସରେ ସାତ୍ତ୍ୱିକସାଇରାଜ୍ ରାଙ୍କିରେଡ୍ଡୀ-ଚିରାଗ୍ ଶେଟ୍ଟୀ ଯୋଡ଼ିକୁ ପ୍ରତିଯୋଗିତାରୁ ବିଦାୟ ନେବାକୁ ପଡ଼ିଛି । କାରଣ ଏହି ଯୋଡ଼ି ଗୁରୁବାର ପ୍ରିକ୍ୱାର୍ଟର୍ ମୁକାବିଲାରେ ଇଣ୍ଡୋନେସିଆର ବାଗାସ୍ ମୌଲାନା-ମହମ୍ମଦ ଶୋହିବୁଲ୍ ଫିକ୍ରି ଯୋଡ଼ିଠାରୁ ୨୬-୨୪,୧୧-୨୧, ୧୭-୨୧ରେ ପରାସ୍ତ ହୋଇଛନ୍ତି । ତା’ଛଡ଼ା ମହିଳା ସିଙ୍ଗଲ୍ସରେ ଭାରତର ସାଇନା ନେହ୍ୱାଲ୍ ଓ ଅସ୍ମିତା ଚଲିହା ମଧ୍ୟ ଗୁରୁବାର ପ୍ରିକ୍ୱାର୍ଟର୍ ମୁକାବିଲାରେ ପରାସ୍ତ ହୋଇଛନ୍ତି । ଚଲିହାଙ୍କୁ ସ୍ପେନ୍‌ର କ୍ୟାରୋଲିନା ମାରିନ୍ ୨୧-୮, ୨୧-୧୩ରେ ହରାଇଥିବା ବେଳେ ସାଇନା ଚୀନ୍‌ର ହେ ବିଙ୍ଗ୍ ଜିଆଓଙ୍କଠାରୁ ୧୧-୨୧, ୧୪-୨୧ରେ ପରାସ୍ତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking