28.1 C
Bhubaneswar
Saturday, October 19, 2024
Homeଖେଳଧୋନିଙ୍କ ଆଣ୍ଠୁରେ ସଫଳ ଅସ୍ତ୍ରୋପଚାର ସମ୍ପନ୍ନ

ଧୋନିଙ୍କ ଆଣ୍ଠୁରେ ସଫଳ ଅସ୍ତ୍ରୋପଚାର ସମ୍ପନ୍ନ

ନୂଆଦିଲ୍ଲୀ: ଆଇପିଏଲ୍‌ର ଷୋଡ଼ଶ ସଂସ୍କରଣରେ ଚେନ୍ନାଇ ସୁପର୍ କିଙ୍ଗ୍‌ସକୁ ପଞ୍ଚମ ଟାଇଟଲ୍ ଦେଇଥିବା ମହେନ୍ଦ୍ର ସିଂହ ଧୋନିଙ୍କ ଆଣ୍ଠୁରେ ଗୁରୁବାର ସଫଳତା ପୂର୍ବକ ଅସ୍ତ୍ରୋପଚାର ସମ୍ପନ୍ନ ହୋଇଛି । ଏନେଇ ଚେନ୍ନାଇ ସୁପର୍ କିଙ୍ଗ୍ ସିଇଓ କାଶୀ ବିଶ୍ୱନାଥ ସୂଚନା ଦେଇଛନ୍ତି । ରବିବାର ଫାଇନାଲ୍ ଶେଷ ହେବା ପରେ ସୋମବାର ଧୋନି ଜଣାଶୁଣା ଅସ୍ଥିଶଲ୍ୟ ବିଶେଷଜ୍ଞ ଡ. ଦୀନ୍‌ଶ ପାର୍ଡିୱାଲାଙ୍କ ସହ ଆଲୋଚନା କରିଥିଲେ ।

ଡ. ପାର୍ଡିୱାଲା ବିସିସିଆଇ ମେଡିକାଲ୍ ପ୍ୟାନେଲ୍‌ର ସଦସ୍ୟ ହୋଇଥିବା ବେଳେ ସେ ଋଷଭ ପନ୍ତ୍‌ଙ୍କ ସହ ପରି ଏକାଧିକ ଖ୍ୟାତନାମା କ୍ରିକେଟର୍‌ଙ୍କଠାରେ ସଫଳ ଅସ୍ତ୍ରୋପଚାର କରିସାରିଛନ୍ତି । ଗୁରୁବାର ସକାଳେ ମୁମ୍ବାଇର କୋକିଳାବେନ୍ ହସ୍ପିଟାଲ୍‌ରେ ଧୋନିଙ୍କର ଅସ୍ତ୍ରୋପଚାର ହୋଇଛି । ତେବେ ତାଙ୍କ ଅସ୍ତ୍ରୋପଚାର ସମ୍ପର୍କରେ ସବିଶେଷ ତଥ୍ୟ ନେଇ ବିଶ୍ୱନାଥ କିଛି ସୂଚନା ଦେଇନାହାନ୍ତି ।

ତେବେ ଏକ ନିର୍ଦ୍ଦିଷ୍ଟ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଧୋନିଙ୍କୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇସାରିଛି ଓ ତାଙ୍କୁ ଘରେ ବିଶ୍ରାମ ନେବା ସକାଶେ ଡାକ୍ତର ପରାମର୍ଶ ଦେଇଛନ୍ତି । ଆହତ ଥିବାରୁ ଧୋନିଙ୍କୁ ଆଇପିଏଲ୍‌ର ଷୋଡ଼ଶ ସଂସ୍କରଣରେ ଆଣ୍ଠୁରେ ଏକାଧିକ ପଟି ପକାଇ ଖେଳୁଥିବାର ଦେଖାଯାଇଥିଲା । ଏହାଛଡ଼ା ୮ ନମ୍ବରରେ ନିୟମିତ ଭାବେ ବ୍ୟାଟିଂ କରିବାକୁ ଆସିବା ସହ ଧୋନି ବେଶୀ ରନିଂଠାରୁ ଦୂରେଇ ରହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking