28.1 C
Bhubaneswar
Friday, October 18, 2024
Homeଦେଶ ବିଦେଶରଶିଦ୍ ପ୍ରଥମ ଦିନିକିଆରୁ ବାଦ୍‌

ରଶିଦ୍ ପ୍ରଥମ ଦିନିକିଆରୁ ବାଦ୍‌

ହାମ୍ବନ୍‌ଟୋଟା : ଶୁକ୍ରବାରଠାରୁ ଏଠାରେ ଘରୋଇ ଶ୍ରୀଲଙ୍କା ବିପକ୍ଷରେ ଆଫଗାନିସ୍ତାନର ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେଉଛି । ତେବେ ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭ୍ରମଣକାରୀ ଦଳର ତାରକା ଅଲ୍‌ରାଉଣ୍ଡର୍ ରଶିଦ୍ ଖାନ୍ ଖେଳିପାରିବେ ନାହିଁ । ଏନେଇ ଗୁରୁବାର ଦଳର ଅଧିନାୟକ ହଶମତ୍‌ଉଲ୍ଲା ଶାହିଦୀ ସୂଚନା ଦେଇଛନ୍ତି । ୨୪ ବର୍ଷୀୟ ରଶିଦ୍ ଆଫଗାନିସ୍ତାନ ପକ୍ଷରୁ ଦିନିକିଆରେ ସର୍ବାଧିକ ୧୬୩ଟି ୱିକେଟ୍ ନେଇପାରିଛନ୍ତି ।

ତାଙ୍କ ଅନୁପସ୍ଥିତି ଦଳ ପାଇଁ ସବୁଠାରୁ ବଡ଼ କ୍ଷତି ବୋଲି ଶାହିଦୀ କହିଛନ୍ତି । କିନ୍ତୁ ତାଙ୍କ ସ୍ଥାନରେ ଜଣେ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିବ ଓ ଏହାଦ୍ୱାରା ଶ୍ରୀଲଙ୍କା ପରି ଏକ ଶକ୍ତିଶାଳୀ ଦଳ ବିପକ୍ଷରେ ଉକ୍ତ ଖେଳାଳି ଜଣକ ନିଜର ପ୍ରତିଭାକୁ ଅଧିକ ଶାଣିତ କରିପାରିବେ ବୋଲି ଶାହିଦୀ କହିଛନ୍ତି ।

ଆସନ୍ତା ୭ରେ ଶେଷ ହେବାକୁ ଥିବା ଏହି ସିିରିଜ୍‌ର ୩ଟିଯାକ ମ୍ୟାଚ୍ ଏଠାରେ ଖେଳାଯିବ । ଏହି ସିରିଜ୍ ମାଧ୍ୟମରେ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ୍ ପାଇଁ ଆଫଗାନିସ୍ତାନ ପ୍ରସ୍ତୁତି କରିବା ଲକ୍ଷ୍ୟରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking