29.1 C
Bhubaneswar
Friday, October 18, 2024
Homeଖେଳଟିମ୍ ଇଣ୍ଡିଆର ନୂଆ ଜର୍ସି ଉନ୍ମୋଚିତ

ଟିମ୍ ଇଣ୍ଡିଆର ନୂଆ ଜର୍ସି ଉନ୍ମୋଚିତ

ମୁମ୍ବାଇ: ଗୁରୁବାର ଟିମ୍ ଇଣ୍ଡିଆର ନୂଆ ଜର୍ସି ଉନ୍ମୋଚିତ ହୋଇଛି । ନିକଟରେ ଆଡିଡାସ୍ ବିସିସିଆଇ ସହ ଟିମ୍ ଇଣ୍ଡିଆର ନୂଆ କିଟ୍ ସ୍ପନ୍‌ସର୍ ଭାବେ ଚୁକ୍ତି କରିଥିବା ବେଳେ ତିନିଟିଯାକ ଫର୍ମାଟ୍ ପାଇଁ ଉନ୍ମୋଚିତ ଜସିରେ ଏହାର ଲୋଗୋ ସ୍ଥାନ ପାଇଛି । ଆସନ୍ତା ୭ରୁ ଦି ଓଭାଲ୍‌ଠାରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ୱାର୍ଲ୍ଡ ଟେଷ୍ଟ୍ ଚାମ୍ପିଅନ୍‌ଶିପ୍ (ଡବ୍‌ଲ୍ୟୁଟିସି) ଫାଇନାଲ୍ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ଏହି ଜର୍ସିର ଶୁଭାରମ୍ଭ କରିବ ।

ଏଠାକାର ୱାଙ୍ଖେଡେ ଷ୍ଟାଡିୟମ୍‌ଠାରେ ଦଳର ନୂଆ ଜର୍ସି ଉନ୍ମୋଚନ ସଂକ୍ରାନ୍ତରେ ବିସିସିଆଇ ପକ୍ଷରୁ ଅଫିସିଆଲ୍ ଇନଷ୍ଟାଗ୍ରାମ୍ ହ୍ୟାଣ୍ଡଲ୍ ମାଧ୍ୟମରେ ସୂଚନା ଦିଆଯାଇଛି । ଆଡିଡାସ୍ ଇଣ୍ଡିଆ ଓ ଟିମ୍ ଇଣ୍ଡିଆ ପକ୍ଷରୁ ହୋଇଥିବା ପୋଷ୍ଟ୍‌ରେ ନୂଆ ଜର୍ସି ଉନ୍ମୋଚନକୁ ଏକ କିମ୍ବଦନ୍ତୀ ଷ୍ଟାଡିୟମ୍‌ରେ ଏକ ସ୍ମରଣୀୟ ମୁହୂର୍ତ୍ତ ବୋଲି ଉଲ୍ଲେଖ କରାଯାଇଛି । ସୂଚନାଯୋଗ୍ୟ ଯେ ଆଡିଡାସ୍ କିଟ୍ ସ୍ପନ୍‌ସର୍ ଭାବେ ଆସନ୍ତା ୨୦୨୮ ପର୍ଯ୍ୟନ୍ତ କାର୍ଯ୍ୟ କରିବ ଓ ଏଥିସକାଶେ କମ୍ପାନୀକୁ ପାଖାପାଖି ସାଢ଼େ ୩ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking