29.1 C
Bhubaneswar
Friday, October 18, 2024
Homeଓଡିଶାତିନିରଥର ମୋଟ ୪୪ ଗୋଟି 'ଯୋଖା' ଫିଟିଙ୍ଗ ଶେଷ

ତିନିରଥର ମୋଟ ୪୪ ଗୋଟି ‘ଯୋଖା’ ଫିଟିଙ୍ଗ ଶେଷ

ପୁରୀ: ଚଳଚଂଚଳ ଶ୍ରୀନଅର ସମୁଖ ରଥଖଳା । ରଥ ନିର୍ମାଣ କାର୍ଯ୍ୟର ୩୯ ତମ ଦିବସରେ ତିନିରଥର ମୋଟ ୧୯୮ ଜଣ ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ସକାଳ ଘ.୮.୦୦ ଟାରେ ଉପସ୍ଥିତ ହୋଇ ମୁଖ୍ୟ ମହାରଣାଙ୍କ ପରାମର୍ଶ କ୍ରମେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଗତକାଲି ସୁଦ୍ଧା ତିନିରଥର ପୋଲ ଗୟଳ ଏବଂ ଛନ୍ଦା ଗୟଳ ପଡିଥିଲା । ଆଜି ତିନିରଥର ମୋଟ ୪୪ ଗୋଟି ‘ଯୋଖା’ ଫିଟିଙ୍ଗ କରାଯାଇ ଅଛି ।

ତାଳଧ୍ୱଜ ରଥରେ ୧୬ ଟି, ଦର୍ପଦଳନ ରଥରେ ୧୨ ଟି ଏବଂ ନନ୍ଦିଘୋଷ ରଥରେ ୧୬ ଟି ଯୋଖା ଫିଟିଙ୍ଗ ହୋଇଅଛି । ସୂଚନା ଥାଉ ଯେ, ଏହି ଯୋଖା ଗୁଡିକ ରଥର ଚତୁଃପାର୍ଶ୍ୱ କୋଣ ମାନଙ୍କରେ ଫିଟିଙ୍ଗ କରାଯାଇଛି, ଏହି ଯୋଖା ରଥର ଅଖ, କୁଡୁକା, ନିରାଡ଼ି ଏବଂ ଗୟଳ କୁ ବାନ୍ଧି ରଖିବା ପାଇଁ ଯୋଖା ଗୁଡିକରେ ମାପ ପ୍ରକାରେ କାପ କରାଯାଇ କଣ୍ଟା ବିନ୍ଧ ସହ କଣ୍ଟା ପଡି ସେଟିଙ୍ଗ କରାଯାଇ ଅଛି । ଏଥି ସହ ଆଜି ତିନିରଥର ପାଞ୍ଚୋଟି ଲେଖାଁଏ ‘ଜଗତ ପୃଷ୍ଠ ଶେଣୀ’ ଚଉପଟ କାର୍ଯ୍ୟ ଶେଷ ହୋଇଛି ।

ତିନିରଥର ଦୁଇଟି ଲେଖାଁଏ ଧୂଳି ଦଣ୍ଡା ନିର୍ମାଣ ଶେଷ ହେବା ସହ ନନ୍ଦିଘୋଷ ରଥ, ତାଳଧ୍ୱଜ ରଥର ଦୁଇଟି ଲେଖାଁଏ ଏବଂ ଦର୍ପଦଳନ ରଥର ତିନୋଟି ‘ଢମକ’ ନିର୍ମାଣ ଶେଷ ହିଇଛି ।ତିନିରଥର ‘ଚନ୍ଦ୍ରଶାଳୀ’ ର ଅଁଳା ନିର୍ମାଣ ପାଇଁ ଆଜି ରଥ ଆମୀନ ତିନି ରଥ ଚାଳିକୁ ୧୨ ଫୁଟିଆ କଞ୍ଚା ମହି କାଠ ଯୋଗାଇ ଥିଲେ, ସେଗୁଡିକର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ତିନିରଥର ରୂପକାର ସେବକ ମାନେ ନାଟ ଗୋଡ଼ରେ ରୂପ ଖୋଦେଇ ଜାରି ରଖିଛନ୍ତି ।

ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାର ଶାଳରେ ତିନି ରଥର ଓଝା ସେବକ ମାନେ ତିନି ରଥର ପାଇଁ ଆବଶ୍ୟକ ଯୋଖା କଣ୍ଟା ନିର୍ମାଣ ସାରି ଯୋଗାଇବା ପରେ ତିନି ରଥର ଭୂଇଁ ପାଇଁ ବିଡ଼ିଆ କଣ୍ଟା, ପୋଟକ ଓରା କଣ୍ଟା ନିର୍ମାଣ କରୁଛନ୍ତି । ତେବେ ଆସନ୍ତାକାଲି ତିନିରଥର ପ୍ରଥମ ଭୂଇଁ ପ୍ରେମ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking