ଭୁବନେଶ୍ୱର: ନିଶା କରିଦେଲା ପାଗଳ । ଭୁଲିଗଲା ରକ୍ତର ସମ୍ପର୍କ । ନିଶାରେ ବାପାକୁ ମାରିଦେଲା ପୁଅ । ପୁଅର କୁରାଢି ଚୋଟରେ ଗଲା ବାପାର ଜୀବନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ପିପିଲି ଥାନା ସାନକଣ୍ଟି ଗାଁରେ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ହତ୍ୟାକାଣ୍ତ ଘଟିଛ ସେନେଇ ଛାନଭିନ୍ ଜାରି ରଖିଛି ।
ମୃତକ ହେଲେ, ୬୦ ବର୍ଷିୟ ବୃଦ୍ଧା ହୃଷିକେଶ ପ୍ରଧାନ। ସେପେଟେ, ଅଭିଯୁକ୍ତ ପୁଅକୁ ଅଟକ ରଖିଛି ପୋଲିସ୍ । ଏବଂ ପଚରାଉଚରା କରୁଛି। ତେବେ, ଏହି ହତ୍ୟାକାଣ୍ତକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଅଭିଯୁକ୍ତ ଜଣକ ହେଲା ଜିତୁ ପ୍ରଧାନ୍ ।
ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ଜିତୁ ମଦ୍ୟପାନ କରି ଘରକୁ ଆସିଥିଲେ। ଯାହାକୁ ଦେଖି ରାଗି ଯାଇଥିଲେ ଜିତୁଙ୍କ ବାପା ହୃଷିକେଶ । ଏନେଇ ଉଭୟଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା। ନିଶାରେ ଚୁର୍ ଥିବା ପୁଅ ନିଜର ହିତାହିତ ଜ୍ଞାନ ଭୁଲି ଯାଇଥିଲା। ଝଗଡା ଉଗ୍ର ରୂପ ନେଇଥିଲା ।
ଏପରିକି ମଦୁଆ ପୁଅ ନିଶାରେ ଥିବାରୁ ବାପାଙ୍କୁ ମାଡ଼ ମାରିବା ସହ ଘରେ ଥିବା କୁରାଢିରେ ଆକ୍ରମଣ କରିଥିଲା । ଏଥିରେ ଘଟଣାସ୍ଥଳରେ ଟଳି ପଡିଥିଲେ ହୃଶିକେଶ । ପରେ ଘଟଣାସ୍ଥଳରେ ରୁଣ୍ତ ଯାଇଥିଲେ ଗାଁ ଲୋକେ। ପରେ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏବଂ ଅଭିଯୁକ୍ତ ପୁଅ ଜିତୁକୁ ନିଜ ହେପାଜତକୁ ନେଇଛି। ଏବଂ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ, ଏହି ହତ୍ୟାକାଣ୍ତକୁ ନେଇ ଗାଁରେ ଚାଞ୍ଚଲ୍ୟ ଖେଳି ଯାଇଛି ।