31.1 C
Bhubaneswar
Friday, October 18, 2024
Homeଓଡିଶାଭିଜିଲାନ୍ସ ଫୋକସରେ ଲାଞ୍ଚୁଆ ଅଧିକାରୀ

ଭିଜିଲାନ୍ସ ଫୋକସରେ ଲାଞ୍ଚୁଆ ଅଧିକାରୀ

କଟକ: ଲାଞ୍ଚୁଆ ସରକାରୀ ଅଧିକାରୀମାନେ ସିଧାସଳଖ ଟଙ୍କା ନେଲେ ଭିଜିଲାନ୍ସ ହାତରେ ଧରାପଡ଼ିବାର ଭୟ ରହିଥିବାରୁ ସେମାନେ ବିଭିନ୍ନ ଉପାୟରେ ଉତ୍କୋଚ ନେଉଛନ୍ତି । ସେମାନେ ତାଙ୍କ ଅଧସ୍ତନ କର୍ମଚାରୀଙ୍କ ମାଧ୍ୟମରେ ଚେକ୍ ଅଥବା ଡିଜିଟାଲ ପେମେଣ୍ଟ ମାଧ୍ୟମରେ ଲାଞ୍ଚ ଅର୍ଥ ନେବାର କୌଶଳ ଆପଣାଉଛନ୍ତି । ଏଭଳି ଲାଞ୍ଚ କାରବାରକୁ ଧରିବା ପାଇଁ ରାଜ୍ୟ ଭିଜିଲାନ୍ସ ମଧ୍ୟ ପ୍ରସ୍ତୁତ ରହିଛି । ଅତ୍ୟାଧୁନିକ କାଇଦା, କୌଶଳ ମାଧ୍ୟମରେ ଏସବୁକୁ ଧରିବାର ସାମର୍ଥ୍ୟ ଭିଜିଲାନ୍ସ ନିକଟରେ ରହିଛି ।

ତେଣୁ ଲାଞ୍ଚ ମାଗୁଥିବା ଅଧିକାରୀ କିମ୍ବା କର୍ମଚାରୀଙ୍କ ସମ୍ପର୍କରେ ଭିଜିଲାନ୍ସରେ ଜଣାଇବା ପାଇଁ ଭିଜିଲାନ୍ସ ସେଲ କଟକ ଏସ୍‌ପି ଏମ୍‌.ରାଧାକୃଷ୍ଣନ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଆଜି ଭିଜିଲାନ୍ସ କାର୍ଯ୍ୟାଳୟରେ କହିଛନ୍ତି । ରାଧାକୃଷ୍ଣନ କହିଛନ୍ତି ଯେ, ଡିଜିଟାଲ ପେମେଣ୍ଟ ଓ ବ୍ୟାଙ୍କ ଚେକ୍ ମାଧ୍ୟମରେ ଲାଞ୍ଚ କାରବାର ଉପରେ ତୀକ୍ଷଣ ନଜର ରଖାଯାଇଛି ।

ଭିଜିଲାନ୍ସ ଟିମ୍ ଏହା ଉପରେ ଅଧିକ ଫୋକସ କରି କାମ କରୁଛି । ତେବେ ଭିଜିଲାନ୍ସ ଏଭଳି ତିନୋଟି ଲାଞ୍ଚନେବା ଘଟଣାର ପର୍ଦ୍ଦାଫାଶ କରିଛି । ମୟୂରଭଞ୍ଜ ଜିଲା କରଞ୍ଜିଆ ତହସିଲଦାର ଚାର୍ଲସ୍ ନାୟକ ଚେକ୍ ମାଧ୍ୟମରେ ୧୨ ଲକ୍ଷ ଟଙ୍କାର ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ସେ ତାଙ୍କ ସହଯୋଗୀ ଅଥର ଅଲ୍ଲିଙ୍କ ଆକାଉଣ୍ଟରେ ଚେକ୍ ଡିପୋଜିଟ୍ କରି ଲାଞ୍ଚ ଅର୍ଥ ନେଇଥିଲେ । ଅଥର ଅଲି ଫେରାର ଥିବା ବେଳେ ତହସିଲଦାରଙ୍କୁ ଗିରଫ କରି ମୟୂରଭଞ୍ଜ ସ୍ପେଶାଲ ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି ।

ସେହିପରି ଭୁବନେଶ୍ୱର ନୟାପଲ୍ଲୀରେ ଥିବା ଟିପିସିଓଡିଏଲ୍‌ର ଓଏଜି ତପନ ରଞ୍ଜନ ନାୟକ ତାଙ୍କ ସହଯୋଗୀ ଶୈଳଜା ମୁଦୁଲିଙ୍କ ଫୋନ୍ ପେ ମାଧ୍ୟମରେ ୧୦ ହଜାର ଟଙ୍କା ଲାଞ୍ଚନେଇ ଧରାପଡ଼ିଛନ୍ତି । ଜଣେ ଉପଭୋକ୍ତାଙ୍କ ଫାଇଲ୍ କାର୍ଯ୍ୟ୍ କରିବା ନିମନ୍ତେ ସେ ଏହି ଅର୍ଥ ନେଇଥିଲେ ।

ବ୍ରହ୍ମପୁର ମାଇନର ଇରିଗେସନ୍ ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ତାଙ୍କ ଖଲାସୀ ଅଜୟ ପାତ୍ରଙ୍କ ଫୋନ ପେ’ ମାଧ୍ୟମରେ ଜଣେ ବ୍ୟକ୍ତିଙ୍କ ଏଗ୍ରିମେଣ୍ଟପାଇଁ ତାଙ୍କଠାରୁ ୧୦ ହଜାର ଟଙ୍କାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ି ଗିରଫ ହୋଇଛନ୍ତି । ତେଣୁ ଲୋକମାନେ ଭିଜିଲାନ୍ସକୁ ଏଭଳି ଲାଞ୍ଚ କାରବାର ସମ୍ପର୍କରେ ଜଣାଇବା ପାଇଁ ଏସ୍‌ପି ରାଧାକୃଷ୍ଣନ ସୂଚନାଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking