31.1 C
Bhubaneswar
Friday, October 18, 2024
Homeଓଡିଶାନୂଆପାଟଣା ନାବାଳିକା ଅପହରଣ ବଳତ୍କାର ମାମଲା; ଆସାମୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ନୂଆପାଟଣା ନାବାଳିକା ଅପହରଣ ବଳତ୍କାର ମାମଲା; ଆସାମୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

କଟକ: ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ଅଞ୍ଚଳରେ ହୋଇଥିବା ନାବାଳିକା ଅପହରଣ ଓ ବଳତ୍କାର ମାମଲାରେ ଆସାମୀ ଦିଗା ଓରଫ ଦିଗମ୍ବର ପ୍ରଧାନକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । କଟକର ତୃତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ପୋକ୍ସୋ କୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି । ଏଥିସହିତ ଅଦାଲତ ଆସାମୀକୁ ୧୦ ହଜାର ଟଙ୍କାର ଜରିମାନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଜରିମାନା ଅନାଦେୟ ହେଲେ ଆସାମୀକୁ ଆଉ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ସେହିପରି ପୀଡିତାକୁ ୪ ଲକ୍ଷ ଟଙ୍କାର କ୍ଷତିପୁରଣ ପ୍ରଦାନ କରିବାକୁ ଅଦାଲତ କଟକ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ଆଦେଶ ଦେଇଛନ୍ତି । ମାମଲାର ବିବରଣଈରୁ ପ୍ରକାଶ ଯେ,୨୦୧୩ ମସିହା ମଇ ୧୧ ତାରିଖରେ ନୂଆପାଟଣା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକାକୁ ଦିଗା ଅପହରଣ କରି ନେଇ ତାଙ୍କୁ ବାବରମ୍ବାର ବଳତ୍କାର କରିଥିଲା ।

ଏସଂନ୍ତ୍ରାନ୍ତରେ ଜାଣିବା ପରେ ପୀଡିତାଙ୍କ ପରିବାର ତିଗିରିଆ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଘଟଣାର ତଦନ୍ତ କରି ଦିଗାକୁ ଗିରଫ କରିବା ସହ କୋର୍ଟ ଚାଲଣ କରିଥିଲା । ୨୦୧୩ ମସିହା ନଭେମ୍ବର ୨୫ ତାରିଖରେ ଆସାମୀ ବିରୋଧରେ କୋର୍ଟରେ ଚାର୍ଜଫ୍ରେମ୍ ହୋଇଥିଲା । କଟକର ତୃତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ପୋକ୍ସୋ କୋର୍ଟ ବିଭିନ୍ନ ତଥ୍ୟ ପ୍ରମାଣ ଓ ସାକ୍ଷୀମାନଙ୍କ ବୟାନ ଆଧାରରେ ଦିଗାକୁ ଦୋଷୀ ସାବ୍ୟସ୍ତ କରି କାରାଦଣ୍ଡାଦେଶ ଶୁଣାଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ପୋକ୍ସୋ କୋର୍ଟରେ ଏହି ମାମଲାକୁ ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ରମେଶ ଚନ୍ଦ୍ର ମହାନ୍ତି ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking