28.1 C
Bhubaneswar
Friday, October 18, 2024
Homeଦେଶ ବିଦେଶବିବାହ ଶେଷ ପରେ ବଧୂଙ୍କୁ ଗୁଟଖା ଖାଇବା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ବର

ବିବାହ ଶେଷ ପରେ ବଧୂଙ୍କୁ ଗୁଟଖା ଖାଇବା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ବର

ନୂଆଦିଲ୍ଲୀ: ନିକଟରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓ ରାଜସ୍ଥାନର ବାରାଁର ବୋଲି କୁହାଯାଉଛି । ଏଠାରେ ମଇ ୨୬ ତାରିଖରେ ସାମୂହିକ ବିବାହ ଆୟୋଜନ କରାଯାଇଥିଲା । ଏଥିରେ ୨ହଜାର ୨୨୨ଯୋଡ଼ିଙ୍କ ବିବାହ ସମ୍ପର୍ଣ୍ଣ ହୋଇଥିଲା । ଏହି ଆୟୋଜନର ନାମକୁ ଗିନିଜ ବୁକ ଅଫ ୱାଲର୍ଡ ରେକର୍ଡରେ ପଞ୍ଜୀକୃତ କରାଯାଇଛି । ବିବାହ ପରେ ସମସ୍ତ ନବଦମ୍ପତିଙ୍କ ଫଟୋ ଉଠାଯାଇଥିଲା । ଏହି ନବଦମ୍ପତିଙ୍କ ମଧ୍ୟରୁ ଏକ ଯୋଡ଼ିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଯୋଡ଼ିଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଏହି ଯୋଡ଼ି ସାମୂହିକ ବିବାହ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ବିବାହ ଶେଷ ହେବାପରେ ବର ଜଣକ କାହା ସହିତ ଫୋନରେ କଥା ହେଉଥିବା ବେଳେ ନବବଧୂ ସଙ୍ଗେସଙ୍ଗେ ଗୁଟକା ବାହାର କରି ସେଥିରେ ଜର୍ଦା ମିଶାଇ ଖାଇଥିଲେ । ବଧୂଙ୍କ ଏହି କାମ ଦେଖି ତାଙ୍କ ସାମ୍ନାରେ ଛିଡ଼ା ହୋଇଥିବା ବର ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବିବାହ ଶେଷ ହେବାପରେ ସେ ବଧୂଙ୍କ ଏଭଳି ସ୍ୱଭାବ ଦେଖି ସ୍ତବ୍ଧ ହୋଇଯାଇଥିଲେ । କାହାକୁ କ’ଣ କହିବେ କିଛି ବୁଝି ପାରି ନଥିଲେ । କିନ୍ତୁ ବଧୂଙ୍କୁ ଏସବୁ କିଛି ଫରକ ପଡ଼ି ନଥିଲା । ତେବେ ଏହି ଘଟଣା ବର ଦେଖିବା ପରେ କ’ଣ ଘଟିଥିଲା ବା ବରଙ୍କ ପ୍ରତିକ୍ରିୟା କ’ଣ ଥିଲା କିଛି ଜଣା ପଡ଼ିନଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking