28.1 C
Bhubaneswar
Friday, October 18, 2024
Homeଦେଶ ବିଦେଶହିମାଚଳ ପ୍ରଦେଶରେ ଠାବ ହେଲା ପାକିସ୍ତାନ ବେଲୁନ

ହିମାଚଳ ପ୍ରଦେଶରେ ଠାବ ହେଲା ପାକିସ୍ତାନ ବେଲୁନ

ଶିମଲାଠାବ ହେଲା ପାକିସ୍ତାନୀ ବେଲୁନ । ହିମାଚଳ ପ୍ରଦେଶର ରାଜଧାନୀ ଶିମଲା ନିକଟରେ ଏକ ପାକିସ୍ତାନୀ ବେଲୁନ୍ ଠାବ କରାଯାଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକ ଏହି ସନ୍ଦିଗ୍ଧ ବେଲୁନକୁ ଦେଖି ଏ ସମ୍ପର୍କରେ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଏହି ବେଲୁନକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

ମିଳିଥିବା ସୂଚନା ଅନୁଯାୟୀ, ଶୋଗି ଅନ୍ତର୍ଗତ ମଥୋଲି ଗ୍ରାମ ନିକଟବର୍ତ୍ତୀ ଏକ ଜଙ୍ଗଲରେ ଏହି ପାକିସ୍ତାନୀ ବେଲୁନଟି ମିଳିଛି । ଯାହାକୁ ପ୍ରଥମେ ସ୍ଥାନୀୟ ଲୋକ ଦେଖିଥିଲେ । ଏ ବିଷୟରେ ପୋଲିସକୁ ସୂଚନା ଦେଇଥିଲେ । ଏହି ବେଲୁନ୍ ହଳଦିଆ ରଙ୍ଗର, ଯାହା ଏକ ବିମାନ ଆକାରର ରହିଛି ।

ଏଥିସହିତ ଏହା ଉପରେ ନାଲି ରଙ୍ଗରେ SGA ପାକିସ୍ତାନ ଲେଖାଯାଇଛି । ଯାହା ପାକିସ୍ତାନୀ ବେଲୁନ ବୋଲି ପ୍ରାୟତଃ ସନ୍ଦେହ ସୃଷ୍ଟି କରିଛି । ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବେଲୁନକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking