28.1 C
Bhubaneswar
Friday, October 18, 2024
Homeଦେଶ ବିଦେଶରାଜ ପରିବାରର ୫ ଜଣଙ୍କ ବିରୋଧରେ ମାମଲା ରୁଜୁ କଲା ଡେରାଡୁନ ପୋଲିସ

ରାଜ ପରିବାରର ୫ ଜଣଙ୍କ ବିରୋଧରେ ମାମଲା ରୁଜୁ କଲା ଡେରାଡୁନ ପୋଲିସ

ନୂଆଦିଲ୍ଲୀ: ବଢିଲା ଅର୍କେଶଙ୍କ ଅଡୁଆ । ପତ୍ନୀ ଆଦ୍ରିଜାଙ୍କ ଅଭିଯୋଗ କ୍ରମେ ଉତ୍ତରାଖଣ୍ଡ ଡେରାଡୁନ ପୋଲିସ ରୁଜୁ କରିଛି ପାରିବାରିକ ହିଂସା ମାମଲା  ।  ଡେରାଡୁନର ରାଜପୁର ପୋଲିସ ଷ୍ଟେଶନରେ ଅର୍କେଶ ସିଂହଦେଓଙ୍କ ସହ ରାଜ ପରିବାରର ଆଉ ୪ ଜଣଙ୍କ ବିରୋଧରେ ମଧ୍ୟ ପାରିବାରିକ ହିଂସା ମାମଲା ରୁଜୁ ହୋଇଛି । ସେମାନେ ହେଲେ ଆଦ୍ରିଜାଙ୍କ ଶ୍ୱଶୁର ଅନଙ୍ଗ ଉଦୟ, ଶାଶୁ ବିଜୟଲକ୍ଷ୍ମୀ, ଦେଢଶୁର କଳିକେଶ ଓ ଯାଆ ମେଘନା ।

ପୂୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂହଙ୍କ ନାତୁଣୀ ଆଦ୍ରିଜା କରିଥିବା ଅଭିଯୋଗ ଅନୁସାରେ,୨୦୧୭ ମସିହା ନଭେମ୍ବର ମାସରେ ଅର୍କେଶ ଆଦ୍ରିଜାଙ୍କୁ ବିବାହ କରିଥିଲେ । ହେଲେ ବିବାହର କିଛି ଦିନ ପରେ  ଶାଶୂଘରେ ତାଙ୍କୁ ମାନସିକ ନିର୍ଯାତନା ଦିଆ ଯାଉଥିଲା ।   ଗତ ବର୍ଷ ଅଗଷ୍ଟ ମାସରୁ ତାଙ୍କୁ ନିର୍ଯାତନା ଆରମ୍ଭ ହୋଇଥିଲା । ଏଥିରେ ସ୍ୱାମୀ ଅର୍କେଶଙ୍କ ସମେତ ଶାଶୂ ,ଶ୍ୱଶୁର, ଯାଆ ଓ ଦେଢଶୂର ମଧ୍ୟ ସାମିଲ ଥିଲେ ।  ମା’ଙ୍କ ଦେହ ଖରାପ ହୋଇଥିବାରୁ ଆଦ୍ରିଜା ଡେରାଡୁନ ଚାଳି ଆସିଥିଲେ । ଏହି ସମୟରେ ଅର୍କେଶ ତାଙ୍କୁ ଛାଡ଼ପତ୍ର ନୋଟିସ୍ ପଠାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking