29.1 C
Bhubaneswar
Friday, October 18, 2024
Homeଦେଶ ବିଦେଶନଦୀ ତଳେ ଚାଲିବ ଦେଶର ପ୍ରଥମ ମେଟ୍ରୋ

ନଦୀ ତଳେ ଚାଲିବ ଦେଶର ପ୍ରଥମ ମେଟ୍ରୋ

କଲକାତା:ଦେଶରେ ରେଳ ଭିତ୍ତିଭୂମିରେ ଯୋଡ଼ି ହେବ ଆଉ ଏକ ନୂଆ ଅଧ୍ୟାୟ। ପ୍ରଥମ ଥର ନଦୀ ତଳେ ଚାଲିବ ମେଟ୍ରୋ ଟ୍ରେନ୍‌ । ୨୦୨୩ ଡିସେମ୍ବରରେ ଏହି ଟ୍ରେନ୍‌ ଚଳାଚଳ କରିବାକୁ ରେଳ ମନ୍ତ୍ରାଳୟ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ପ୍ରକଳ୍ପ ଭାରତର ପ୍ରଥମ ହୋଇଥିବାବେଳେ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କଲକାତାରେ ଏହି ପ୍ରକଳ୍ପ କାମ ଚାଲିଛି। ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ କଲକାତାର ହୁଗୁଳି ନଦୀ ତଳେ ଚଳାଚଳ କରିବ। ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୦ ହଜାର ୪୪୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।

ସୂଚନା ଅନୁଯାୟୀ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ତତ୍ତ୍ବାବଧାନରେ ଏହି ପ୍ରକଳ୍ପ ଚାଲିଥିବାବେଳେ ଦେଶର ପ୍ରଥମ ୱାଟର ମେଟ୍ରୋ ଟ୍ରେନ ପ୍ରକଳ୍ପ କାମ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ସରିବ। ୨୦୧୬ ମସିହାରୁ ପ୍ରକଳ୍ପ ଆରମ୍ଭ ହୋଇଥିଲା। ହୁଗୁଳି ନଦୀ ଉପରେ ୨୦୧୬ରୁ ଏହି ୱାଟର ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା। କୋଲକାତା ସହରର ସେକ୍ଟର ୫ରୁ ହାୱଡା ମଇଦାନ ପର୍ଯ୍ୟନ୍ତ ଦେଶର ଏହି ପ୍ରଥମ ୱାଟର ଟନେଲ ୧୬.୫୫ କି.ମି ରହିଛି। ମୋଟ ୧୨ଟି ଷ୍ଟେସନ୍‌(ରହଣିସ୍ଥଳ) ରହିଛି। ଅନ୍‌ବୋର୍ଡ ସିଗନାଲ ଥିବାବେଳେ ଏହା ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking