28.1 C
Bhubaneswar
Sunday, November 24, 2024
Homeଓଡିଶାଅସହ୍ୟ ଗୁଳୁଗୁଳିରେ ହନ୍ତସନ୍ତ ରାଜ୍ୟବାସୀ; ୨୨ପର୍ଯ୍ୟନ୍ତ ଜାରି ରହିବ

ଅସହ୍ୟ ଗୁଳୁଗୁଳିରେ ହନ୍ତସନ୍ତ ରାଜ୍ୟବାସୀ; ୨୨ପର୍ଯ୍ୟନ୍ତ ଜାରି ରହିବ

ଭୁବନେଶ୍ୱର: ରାଜ୍ୟବ୍ୟାପି ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ କରିପକାଉଛି । ତେବେ ଏପରି ସ୍ଥିତି ଆସନ୍ତା ୨୨ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଅପରପକ୍ଷେ କାଳବୈଷାଖୀ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣଇପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ତେବେ ଉଭୟ ଭୁବନେଶ୍ୱର ଓ କଟକରେ ତାପମାତ୍ରା ୪୦ଂ ତଳକୁ ରହୁଥିଲେ ହେଁ ଏଠାରେ ଗୁଳୁଗୁଳି ଅସହ୍ୟ କରୁଛି । ଗୁରୁବାର ରାଜ୍ୟର ୨୧ଟି ସହରରେ ତାପମାତ୍ରା ୪୦ଂ ଏବଂ ତାହାଠାରୁ ଅଧିଖ ରହିଥିବା ରେକର୍ଡ କରାଯାଇଛି ।

ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ ଆଜି ସୋନପୁର ତାପମାତ୍ରା ସର୍ବାଧିକ ରହିଛି । ଏଠାରେ ତାପମାତ୍ରା ୪୪.୨ ଡିଗ୍ରି ଛୁଇଁଛି । ସେହିପରି ନୂଆପଡ଼ାରେ ତାପମାତ୍ରା ୪୪ ଡିଗ୍ରି ରେକର୍ଡ ହୋଇଛି । ସମ୍ବଲପୁର ଓ ଝାରସୁଗୁଡ଼ାରେ ୪୩.୯ଂ, ହୀରାକୁଦରେ ୪୩.୮ଂ, ଟିଟିଲାଗଡ଼, ବଲାଙ୍ଗୀର, ରାଉରକେଲା ଓ ବରଗଡ଼ରେ ତାପମାତ୍ରା ୪୩.୫ଂ ଥିବା ବେଳେ ସୁନ୍ଦରଗଡ଼ରେ ଏହା ୪୨.୧ଂ, ବୌଦ୍ଧ, ଭବାନୀପାଟଣା ଓ ଦେବଗଡ଼ରେ ଏହା ୪୨ଂ । ସେହିପରି ଅନୁଗୁଳରେ ୪୧.୭ଂ, ମାଲକାନଗିରି ଏବଂ ଭଦ୍ରକରେ ୪୧ଂ, ଚାନ୍ଦବାଲିରେ ୪୦.୪ଂ, ନୟାଗଡ଼ରେ ୪୦.୨ଂ, ଫୁଲବାଣୀରେ ୪୦.୧ଂ, ତାଳଚେର ଓ ଯାଜପୁରରେ ୪୦ଂ ତାପମାତ୍ରା ରହିଥିଲା ।

ସେହିପରି ଢେଙ୍କାନାଳରେ ୩୮.୬ ଂ, ଭୁବନେଶ୍ୱରରେ ୩୮.୨ଂ, କେନ୍ଦ୍ରାପଡ଼ାରେ ୩୮ଂ, ବାଲେଶ୍ୱରରେ ୩୭.୬ଂ, ନବରଙ୍ଗପୁରରେ ୩୭.୬ଂ, କଟକ ଓ କୋରାପୁଟରେ ୩୭.୫ଂ , ରାୟଗଡ଼ାରେ ୩୭.୨ଂ, କେନ୍ଦୁଝର, ପାରଳାଖେମୁଣ୍ଡିରେ ୩୭ଂ, ଖୋର୍ଦ୍ଧା ଓ ଦାରିଙ୍ଗବାଡ଼ିରେ ୩୬.୫ଂ, ଜଗତସିଂହପୁରରେ ୩୬.୨ଂ, ବାରିପଦାରେ ୩୫.୬ଂ, ପୁରୀରେ ୩୪.୮ଂ, ପାରାଦୀପରେ ୩୪.୩ଂ, ଛତ୍ରପୁର ଓ ଗୋପାଳପୁରରେ ତାପମାତ୍ରା ୩୪ଂ ରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking