19.1 C
Bhubaneswar
Friday, November 22, 2024
Homeଖେଳଆଇସିସି ଦିନିକିଆ ର‌୍ୟାଙ୍କିଙ୍ଗ୍‌; ଗୋଟିଏ ସ୍ଥାନ ଖସିଲେ କୋହଲି

ଆଇସିସି ଦିନିକିଆ ର‌୍ୟାଙ୍କିଙ୍ଗ୍‌; ଗୋଟିଏ ସ୍ଥାନ ଖସିଲେ କୋହଲି

ଦୁବା : ବୁଧବାର ପ୍ରକାଶିତ ଆଇସିସିର ନୂଆ ର‌୍ୟାଙ୍କିଙ୍ଗ୍ ବହୁ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍‌ଟେନ୍ ବିରାଟ କୋହଲିଙ୍କୁ ର‌୍ୟାଙ୍କିଙ୍ଗ୍‌ରେ କ୍ଷତି ସହିବାକୁ ପଡ଼ିଛି । ଅନ୍ୟପକ୍ଷରେ ଜଣେ ନୂଆ ଖେଳାଳିଙ୍କ ଚଳିତ ଥର ର‌୍ୟାଙ୍କିଙ୍ଗ୍‌ରେ ଏଣ୍ଟ୍ରି ହୋଇଛି । ଅବଶ୍ୟ ଶୀର୍ଷ ୫ଟି ସ୍ଥାନରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନାହି । ସବୁଠୁ ବଡ଼ ବିଷୟ ହେଉଛି ଟି-୨୦ ବ୍ୟାଟିଂ ର‌୍ୟାଙ୍କିଙ୍ଗ୍‌ରେ ଟିମ୍ ଇଣ୍ଡିଆ ଷ୍ଟାର୍ ଖେଳାଳି ସୂର୍ଯ୍ୟକୁମାର ଯାଦବଙ୍କ ଜଲ୍‌ୱା କାଏମ୍ ରହିଛି ଏବଂ ସେ ଏବେ ବି ଭଲ ଲିଡ୍ ସହିତ ଏକ ନମ୍ବରରେ ସ୍ଥିର ଅଛନ୍ତି । ଆଇସିସିର ଦିନିକିଆ ର‌୍ୟାଙ୍କିଙ୍ଗ୍‌ରେ ବାବର ଆଜମ୍ ୮୮୬ ରେଟିଂ ପଏଣ୍ଟ୍ ସହ ଶୀର୍ଷରେ କାଏମ୍ ରହିଛନ୍ତି ।

ଭାସି ଭାନ୍ ଡୁସନ୍ ୭୭୭ ପଏଣ୍ଟ୍ ସହ ଦ୍ୱିତୀୟ, ଫଖର୍ ଜମାନ୍ (୭୫୫) ଏବଂ ଇମାମ୍ ଉଲ୍ ହକ୍ (୭୪୫) ଚତୁର୍ଥ ସ୍ଥାନରେ ରହିଛନ୍ତି । ଏହାପରେ ଶୁବମାନ୍ ଗିଲ୍ ୭୩୮ ରେଟିଂ ପଏଣ୍ଟ୍ ସହ ପଞ୍ଚମ ସ୍ଥାନ କବ୍‌ଜା କରିଛନ୍ତି । ଇତିମଧ୍ୟରେ ଆୟର୍ଲାଣ୍ଡ୍‌ର ହ୍ୟାରୀ ଟ୍ରାକ୍ଟର ଟପ୍ ୧୦ରେ ପ୍ରବେଶ କରିବାରେ ସଫଳ ହୋଇଛନ୍ତି । ସେ ୭୨୨ ରେଟିଂ ସହିତ ସିଧା ସପ୍ତମରେ ପହଞ୍ଚିଛନ୍ତି । କୋହଲି (୭୧୯) ଗୋଟିଏ ସ୍ଥାନର କ୍ଷତି ସହ ଅଷ୍ଟମକୁ ଖସିଆସିଛନ୍ତି । ସେହିପରି କ୍ୱିଣ୍ଟନ୍ ଡିକକ୍‌ଙ୍କ ମଧ୍ୟ ଗୋଟିଏ ସ୍ଥାନର କ୍ଷତି ହୋଇଛି ଏବଂ ସେ ନବମ ସ୍ଥାନକୁ ଖସିଆସିଛନ୍ତି । ଦଶମରେ ରୋହିତ ଶର୍ମା (୭୦୭) କାଏମ ରହିଛନ୍ତି । ବୋଲିଂ ର‌୍ୟାଙ୍କିଙ୍ଗ୍‌ରେ ଅଷ୍ଟ୍ରେଲିଆର ଜୋସ୍ ହେଜଲ୍‌ଉଡ୍ ୭୦୫ ରେଟିଂ ପଏଣ୍ଟ ସହ ଏବେ ବି ଶୀର୍ଷରେ ରହିଛନ୍ତି । ତାଙ୍କ ପଛରେ ଭାରତର ଷ୍ଟାର୍ ଫାଷ୍ଟ୍ ବୋଲର୍ ମହମ୍ମଦ ସିରାଜ୍ ୬୯୧ ରେଟିଂ ସହ ଦ୍ୱିତୀୟ ସ୍ଥାନରେ ସ୍ଥିର ଅଛନ୍ତି ।

ସେହିପରି ମିଚେଲ୍ ଷ୍ଟାର୍କ (୬୮୬), ମ୍ୟାଟ୍ ହେନ୍‌ରୀ (୬୬୭) ଏବଂ ଟ୍ରେଣ୍ଟ୍ ବୋଲ୍ଟ (୬୬୦) ଯଥାକ୍ରମେ ତୃତୀୟରୁ ପଞ୍ଚମ ସ୍ଥାନରେ ରହିଛନ୍ତି । ସିରାଜ୍‌ଙ୍କ ବ୍ୟତୀତ ଅନ୍ୟ କୌଣସି ଭାରତୀୟ ବୋଲର୍ ଟପ୍ ୧୦ ଲିଷ୍ଟ୍‌ରେ ନାହାନ୍ତି । ଦିନିକିଆ ଅଲ୍‌ରାଉଣ୍ଡର୍ ତାଲିକାର ଶୀର୍ଷ ସ୍ଥାନ ଶାକିବ୍ ଅଲ୍ ହସନ୍ (୩୬୭)ଙ୍କ କବ୍‌ବାରେ ରହିଛି । ମହମ୍ମଦ ନବୀ (୩୧୦), ରଶିଦ୍ ଖାନ୍ (୨୮୦), ସିକନ୍ଦର ରାଜା ଏବଂ ଜିଶାନ୍ ମକସୁଦ୍ ଯଥାକ୍ରମେ ତୃତୀୟରୁ ପଞ୍ଚମ ସ୍ଥାନ କବ୍‌ଜା କରିଛନ୍ତି । ତାଲିକାରେ କୌଣସି ଭାରତୀୟ ଖେଳାଳି ନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking