29.1 C
Bhubaneswar
Friday, October 18, 2024
Homeଅପରାଧସ୍ତ୍ରୀ ଓ ଝିଅକୁ ମାରି ଝୁଲି ପଡ଼ିଲେ ସ୍ୱାମୀ....

ସ୍ତ୍ରୀ ଓ ଝିଅକୁ ମାରି ଝୁଲି ପଡ଼ିଲେ ସ୍ୱାମୀ….

ନୂଆଦିଲ୍ଲୀ: ସ୍ତ୍ରୀ ଓ ଝିଅକୁ ଛୁରି ମାରିଲା ପରେ ଝୁଲି ପଡ଼ିଲେ ସ୍ୱାମୀ । ରାଜଧାନୀ ଦିଲ୍ଲୀରୁ ଆସିଛି ଏପରି ଏକ ଲୋମଟାଙ୍କୁରା ଖବର । ଦିଲ୍ଲୀର ଶାହଦରା ଅଞ୍ଚଳରେ ଜଣେ ଯୁବକ ସ୍ତ୍ରୀ ଓ ଏବଂ ୬ ବର୍ଷର ଝିଅକୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଛନ୍ତି । ପୋଲିସର ସୂଚନା ଅନୁସାରେ, ଡିଏମଆରସିରେ ସୁପରଭାଇଜର ଭାବରେ କାମ କରୁଥିବା ୪୫ ବର୍ଷିୟ ସୁଶୀଲ ତାଙ୍କ ୪୦ ବର୍ଷିୟା ସ୍ତ୍ରୀ ଅନୁରାଧା ଏବଂ ୬ ବର୍ଷର ଝିଅ ଅଦିତିଙ୍କୁ ଘର ଭିତରେ ଛୁରି ଭୁଷି ହତ୍ୟା କରିଛନ୍ତି । ନିଜ ବଂଶ ନିଜେ ବୁଡ଼ାଇ ଦେବା ପରେ ଫ୍ୟାନରେ ଫାଶୀ ଲଗାଇ ସେ ଆତ୍ମହତ୍ୟା କରିଛନ୍ତି । ତେବେ ସେ କାହିଁକି ଏପରି ଚରମ ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ ଜଣାପଡ଼ି ନାହିଁ ।

ସୂଚନା ଅନୂଯାୟୀ, ଉତ୍ତର ପୂର୍ବ ଦିଲ୍ଲୀର ଶାହଦାରା ଜିଲ୍ଲା ଅନ୍ତର୍ଗତ ଜ୍ୟୋତି କଲୋନୀରେ ପୂରା ଘଟଣା ଘଟିଛି । ସୁଶୀଲ ଦିଲ୍ଲୀ ମେଟ୍ରୋରେ ସୁପରଭାଇଜର ଭାବେ କାମ କରୁଥିଲେ । ଘଟଣା ଦିନ ସେ ପ୍ରଥମେ ତାଙ୍କ ସ୍ତ୍ରୀ ଅନୁରାଧା, ଝିଅ ଆଦିତି ଓ ୧୩ ବର୍ଷର ପୁଅ ଯୁବରାଜଙ୍କୁ ଛୁରି ଭୁଷି ଦେଇଥିଲେ । ସମସ୍ତେ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଥିବା ବେଳେ ସୁଶୀଲ ନିଜେ ମଧ୍ୟ ବେକରେ ରଶି ଲଗାଇ ଝୁଲି ପଡ଼ିଥିଲେ । ଘଟଣାସ୍ଥଳରୁ ଅନୁରାଧା, ସୁଶୀଲ ଓ ଆଦିତିଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ପୁଅ ଯୁବରାଜ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ରାତି ପ୍ରାୟ ୧୨ଟା ବେଳେ ଦିଲ୍ଲୀ ପିସିଆରକୁ ଏନେଇ ଏକ ଫୋନ ଆସିଥିଲା । ସୁଶୀଲ ଅଫିସ ଯାଇ ନଥିବାରୁ ତାଙ୍କର ଜଣେ ସହକର୍ମୀ ତାଙ୍କୁ ଫୋନ କରିଥିଲେ । ଏହି ସମୟରେ ସୁଶୀଲ କାନ୍ଦିକାନ୍ଦି ପରିବାରର ସମସ୍ତଙ୍କୁ ମାରି ଦେଇଥିବା କହିଥିଲେ । ଏହା ଶୁଣି ତାଙ୍କ ସହକର୍ମୀ ତୁରନ୍ତ ପୋଲିସ୍‌?କୁ ଖବର ଦେଇଥିଲେ । ହେଲେ ପୋଲିସ ପହଞ୍ଚିଲା ବେଳକୁ ସୁଶୀଲଙ୍କ ଦେହରେ ଜୀବନ ନଥିଲା । ଏବେ ପୋଲିସ ଫରେନସିକ ଟିମ ସହ ଘଟଣାର ତଦନ୍ତ କରୁଛି । କ’ଣ ପାଇଁ ସେ ଏପରି କଲେ, ସେନେଇ କୌଣସି ସୂଚନା ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking