18.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶସତ୍ୟେନ୍ଦ୍ର ଜୈନ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ

ସତ୍ୟେନ୍ଦ୍ର ଜୈନ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ

ନୂଆଦିଲ୍ଲୀ : ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇଥିବା ଆପ୍ ନେତା ତଥା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ଜାମିନ ପାଇବାକୁ ସୁପ୍ରିମକୋର୍ଟରେ ପିଟିସନ ଦାଏର କରିଛନ୍ତି । ସୂଚନାଯୋଗ୍ୟ ୨୦୨୨ ଜୁନ୍‌ରେ ଗିରଫ ହୋଇଥିବା ସତ୍ୟେନ୍ଦ୍ର ବର୍ତ୍ତମାନ ତିହାର ଜେଲ୍‌ରେ ଅବସ୍ଥାନ କରୁଛନ୍ତି ।

ଦିଲ୍ଲୀ ହାଇକୋର୍ଟରେ ତାଙ୍କର ଜାମିନ ଆବେଦନ ଖାରଜ ହେବାପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା କୁହାଯାଇଛି । ୨୦୧୫ ଫେବୃଆରୀ ୧୪ରୁ ୨୦୧୭ ମେ’ ୩୧ ପର୍ଯ୍ୟନ୍ତ ମନ୍ତ୍ରୀ ଥିବାବେଳେ ସତ୍ୟେନ୍ଦ୍ର ତାଙ୍କ କ୍ଷମତାର ଅପବ୍ୟବହାର କରି ବିପୁଳ ପରିମାଣର ଆୟ ବର୍ହିଃଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking