ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ଅନ୍ୟତମ ବରିଷ୍ଠ ବିଚାରପତି ଜଷ୍ଟିସ ଏମ.ଆର.ଶାହ ସୋମବାର ଅବସର ଗ୍ରହଣ କରିଛନ୍ତି । ଏଥିପାଇଁ ତାଙ୍କୁ ସୁପ୍ରିମକୋର୍ଟ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଜଷ୍ଟିସ ଶାହ ବେଶ ଭାବ ବିହ୍ୱଳ ହୋଇପଡିଥିଲେ ।
ରାଜ କପୁର ଅଭିନୀତ ହିନ୍ଦୀ ଚଳଚ୍ଚିତ୍ର ‘ମେରା ନାମ ଜୋକର’ର ଏକ ଲୋକପ୍ରିୟ ଗୀତ ‘ଜିନା ୟାହାଁ, ମର୍ନା ୟାହାଁ’ ଗାଇ ଜଷ୍ଟିସ ଶାହ ନିଜର ବକ୍ତବ୍ୟ ଶେଷ କରିବା ସମୟରେ ତାଙ୍କର ଚକ୍ଷୁ ଲୋତକପୂର୍ଣ୍ଣ ହୋଇପଡିଥିଲା । ଜଷ୍ଟିସ ଶାହ ୨୦୧୮ ନଭେମ୍ବର ୨ରେ ସୁପ୍ରିମକୋର୍ଟ ବିଚାରପତିଭାବେ ନିଯୁକ୍ତି ପାଇଥିଲେ । ତାଙ୍କର ଅବସରପରେ ବର୍ତ୍ତମାନ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଖ୍ୟା ୩୨କୁ ହ୍ରାସ ପାଇଛି ।