27.1 C
Bhubaneswar
Saturday, October 19, 2024
Homeଓଡିଶାଅଠର ହଜାର ପାୱାର କେନାଲରେ ଭାସିଯାଇ ଛାତ୍ରୀ ନିଖୋଜ

ଅଠର ହଜାର ପାୱାର କେନାଲରେ ଭାସିଯାଇ ଛାତ୍ରୀ ନିଖୋଜ

ବୁର୍ଲା : ସମ୍ବଲପର ବୁର୍ଲା ଥାନା ଅଠର ହଜାର ପାୱାର କେନାଲରେ ଭାସିଯାଇ ଛାତ୍ରୀ ନିଖୋଜ । ନିଖୋଜ ଛାତ୍ରୀ ଜଣଙ୍କ ହେଲେ ନିଶା ଝା । ତାଙ୍କ ଘର ଝାରସୁଗୁଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି । ଜଣେ ସାଙ୍ଗଙ୍କ ସହ ବୁଲିବାକୁ ଆସି ଭାସିଯାଇଥିବା ଜଣାପଡ଼ିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ କରିଛି । ଗଙ୍ଗାଧର ମେହର ବିଶ୍ୱବିଦ୍ୟାଳୟର ଇଂରାଜୀ ଅନର୍ସ ଦ୍ୱିତୀୟ ବର୍ଷର ଜଣେ ଛାତ୍ରଙ୍କ ସହ ଝାରସୁଗୁଡ଼ା ଅଞ୍ଚଳର ନିଶାଙ୍କ ସହିତ ଇନଷ୍ଟାଗ୍ରାମରେ ବନ୍ଧୁତା ହୋଇଥିଲା ।

ଗତକାଲି ପ୍ରଥମଥର ପାଇଁ ନିଶା ସମ୍ବଲପୁର ସହର ଜଗନ୍ନାଥ କଲୋନୀସ୍ଥିତ ଭଉଣୀ ଘରକୁ ଆସିଥିଲେ । ଏହାପରେ ସେ ଛାତ୍ରଙ୍କ ସହ ସ୍କୁଟି ସାହାଯ୍ୟରେ ୧୮ ହଜାର ପାୱାର କେନାଲ ଅଞ୍ଚଳକୁ ବୁଲିବା ପାଇଁ ଯାଇଥିଲେ । ସେଠାରେ ନିଶା ପାଣିରେ ଖେଳୁଖଥିବା ସମୟରେ ଭାସିଯାଇଥିଲେ । ଏପରିକି ପାଣିରେ ଖେଳୁଥିବା ସମୟର ଭିଡିଓ ମଧ୍ୟ ଉତ୍ତୋଳନ କରିଛନ୍ତି ଛାତ୍ର ଜଣଙ୍କ । ଭାସିଯିବା ପରେ ଛାତ୍ର ଜଣଙ୍କ ଫୋନ କରି ଅଗ୍ନିଶମବାହିନୀକୁ ଡାକିଥିଲେ । ପୁଲିସ ଛାତ୍ରଜଣଙ୍କୁ ଅଧିକ ପଚରଉଚରା କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking