28.1 C
Bhubaneswar
Friday, October 18, 2024
Homeଓଡିଶାକଟକ ସହର ସାରା ଧୂଳିବାଲି: ଶ୍ୱାସରୋଗୀଙ୍କ ପାଇଁ ବଢୁଛି ସମସ୍ୟା

କଟକ ସହର ସାରା ଧୂଳିବାଲି: ଶ୍ୱାସରୋଗୀଙ୍କ ପାଇଁ ବଢୁଛି ସମସ୍ୟା

କଟକ: କଟକ ସହରରେ ବାୟୁ ପ୍ରଦୂଷଣ ବଢି ବଢି ଚାଲଛି । ଏନେଇ ଏବେ ଲୋକେ ଅତିଷ୍ଠ ହେଲେଣି । ରାସ୍ତାଘାଟରେ ବାଲି ଧୂଳିର ଆସ୍ତରଣ । ଘରୁ ବାହାରି ମୁଖ୍ୟ ରାସ୍ତାକୁ ଆସିଲେ ଅଣନିଃଶ୍ୱାସୀ ହୋଇଯାଉଛନ୍ତି ଲୋକେ । ତେବେ ରାସ୍ତାଘାଟ ସଫେଇ ନ ହେବାରୁ ଏଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ଅଭିଯୋଗ ଉଠିଛି । ଇତିମଧ୍ୟରେ କଟକରେ ବାୟୁ ପ୍ରଦୂଷଣ କାୟା ବିସ୍ତାର କରି ଚାଲଛି । ବାଦାମବାଡି ବାୟୁ ପ୍ରଦୂଷଣ ସର୍ବାଧିକ ସ୍ତରରେ ରହିଛି । ବାୟୁ ପ୍ରଦୂଷଣ ମାତ୍ରାକୁ ସୀମିତ ନ ରଖିଲେ ସ୍ୱାସ୍ଥ୍ୟ ପ୍ରତି ବିପଦ ହେବ ବୋଲି ଏବେ ପରିବେଶ ବିତ୍‌ମାନେ ମତ ଦେଉଛନ୍ତି ।

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରୁ ମିଳିଥିବା ତଥ୍ୟ ଅନୁଯାୟୀ କଟକ ସହରରେ ନାଇଟ୍ରେଜେନ ଡାଇଅକ୍ସାଇଡକୁ ନେଇ ଚିନ୍ତାଜନକ ସ୍ଥିତି ରହିଛି । ସହରର ପ୍ରଦୂଷଣ ଯାନବାହାନ ଜନିତ ବୋଲି କୁହାଯାଉଛି । ବିଭାଗୀୟ ଅଧିକାରୀଙ୍କ କହିବାନୁସାରେ, ବିଶେଷକରି ଯାନବାହାନ, ନିର୍ମାଣ କାର୍ଯ୍ୟ ଓ ପ୍ରବଳ ମାତ୍ରାରେ ଧୂଳିବାଲି ଉଡିବା ଦ୍ୱାରା ସହରରେ ବାୟୁ ପ୍ରଦୂଷଣ ହେବାରେ ଲାଗିଛି । କଟକ ସହରର ୩ଟି ସ୍ଥାନରେ ବାୟୁ ପ୍ରଦୂଷଣ ଯାଞ୍ଚ କରାଯାଇଛି । ବ୍ୟସ୍ତବହୁଳ ବାଦାମବାଡି, ଲିଙ୍କରୋଡ ଓ ବାରବାଟୀ ଷ୍ଟାଡିୟମ ନିକଟରେ ଏହି ବ୍ୟବସ୍ଥା ଉପଲବ୍ଧ ରହିଛି । ସହରରେ ଚାଲୁଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟ ପାଇଁ ପ୍ରଦୂଷଣ ବୃଦ୍ଧି ଘଟୁଥିବାର କୁହାଯାଉଛି ।

ଗତ କୋଭିଡ ସମୟରେ ହୋଇଥିବା ଲକଡାଉନ ଓ ସଟଡାଉନ ପାଇଁ ସହରରେ ପ୍ରଦୂଷଣ ମାତ୍ରା କମ୍ ରହିଥିଲା । ମାତ୍ର ଏବେ ଏହା ପୁଣି ବଢି ଚାଲିଛିା । ଧୂଳି ଓ ବାଲି ପାଇଁ ପ୍ରଦୂଷଣ ଅଧିକ ହେଉଛି କାରଣ ବେଧଡକ ବାଲି ପରିବହନ ପାଇଁ ସହରର ଅଧିକାଂଶ ରାସ୍ତାଘାଟରେ ଏବେ ବାଲିର ଏକ ମୋଟା ଆସ୍ତରଣ ଦେଖିବାକୁ ମିଳୁଛି । ଗୋଟିଏ ପଟେ ବାୟୁ ପ୍ରଦୂଷଣ ମାତ୍ରା ବୃଦ୍ଧି ଯୋଗୁଁ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଅତୀତରେ ସିଏମସିକୁ ୧ କୋଟି ଟଙ୍କା ଦିଆଯାଇଥିଲା । ଯାନ୍ତ୍ରିକ ସଫେଇ ଦ୍ୱାରା ରାସ୍ତାଘାଟରୁ ଧୂଳି ବାଲି ସଫା ହେବ ବୋଲି କୁହାଯାଇଥିଲା । କଟକ ସହରରେ ଦୈନନ୍ଦିନ ଲକ୍ଷାଧିକ ଯାନବାହାନ ଚଳାଚଳ କରୁଥିଲା ବେଳେ ଏହା ପ୍ରଦୂଷଣର କାରଣ ହୋଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ବାୟୁ ପ୍ରଦୂଷଣ ପାଇଁ ଶ୍ୱାସ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହାକୁ ନେଇ ସାଧାରଣରେ ଚିନ୍ତା ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking