19.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶପ୍ରସବକାଳୀନ ଓ ଶିଶୁ ମୃତ୍ୟୁହାରକୁ ନେଇ ଜାତିସଂଘ ରିପୋର୍ଟ; ଭାରତ ସମେତ ୧୦ ରାଷ୍ଟ୍ରରେ ୬୦%

ପ୍ରସବକାଳୀନ ଓ ଶିଶୁ ମୃତ୍ୟୁହାରକୁ ନେଇ ଜାତିସଂଘ ରିପୋର୍ଟ; ଭାରତ ସମେତ ୧୦ ରାଷ୍ଟ୍ରରେ ୬୦%

କେପ୍‌ଟାଉନ: ଭାରତ ସମେତ ବିଶ୍ୱର ୧୦ଟି ରାଷ୍ଟ୍ରରେ ପ୍ରସବକାଳୀନ ଓ ଶିଶୁ ମୃତ୍ୟୁ ହାର ମିଳିତଭାବେ ୬୦ ପ୍ରତିଶତ ରହିଛି ବୋଲି ଜାତିସଂଘ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ୟୁନିସେଫ୍ ଏବଂ ୟୁଏନ୍‌ଏଫପିଏ ରିପୋର୍ଟକୁ ଆଧାର କରି ଏହି ସର୍ଭେ କରାଯାଇଛି । ଦକ୍ଷିଣ ଆଫ୍ରିକାର କେପ୍‌ଟାଉନରେ ଚାଲିଥିବା ‘ଇଣ୍ଟରନ୍ୟାସନାଲ ମ୍ୟାଟରନାଲ ନ୍ୟୁବର୍ଣ୍ଣ ହେଲଥ୍ କନ୍‌ଫରେନ୍ସ’ ସମ୍ମିଳନୀରେ ଏହି ରିପୋର୍ଟ ଉପସ୍ଥାପନ କରାଯାଇଛି । ତଦନୁଯାୟୀ ୨୦୨୦-୨୧ରେ ଭାରତ ସମେତ ୧୦ଟି ରାଷ୍ଟ୍ରରେ ପ୍ରସବକାଳୀନ ଓ ଶିଶୁ (ନବଜାତକ) ମୃତ୍ୟୁ ସଂଖ୍ୟା ୪.୫ ନିୟୁତ ରହିଥିଲା ।

ତନ୍ମଧ୍ୟରୁ ପ୍ରସବକାଳୀନ ମୃତ୍ୟୁ ସଂଖ୍ୟା ୦.୨୯ ନିୟୁତ ରହିଥିବାବେଳେ ମାତୃଗର୍ଭରେ ଥିବା ସନ୍ତାନଙ୍କ ମୃତ୍ୟୁସଂଖ୍ୟା ୧.୯ ନିୟୁତ ଏବଂ ନବଜାତକଙ୍କ ମୃତ୍ୟୁ ସଂଖ୍ୟା ୨.୩ ନିୟୁତ ରହିଥିଲା । ଆଫ୍ରିକାର ସାହାରା ଅଞ୍ଚଳ ଏବଂ ସେଣ୍ଟ୍ରାଲ/ସଦର୍ଣ୍ଣ ଏସିଆରେ ଏହି ସମସ୍ୟା ଉତ୍କଟ ରୂପ ଧାରଣ କରିଥିବା ରିପୋର୍ଟରେ କୁହାଯାଇଛି । ବିଶ୍ୱରେ ପ୍ରସୂତୀ ଓ ନବଜାତକଙ୍କ ମୃତ୍ୟୁହାର କ୍ରମଶଃ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି । କରୋନା ସମୟରେ ଏହି ପ୍ରସଙ୍ଗ ଅଧିକ ଜଟିଳ ହୋଇପଡିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking