28.1 C
Bhubaneswar
Thursday, September 19, 2024
Homeଅପରାଧବନ୍ଧୁକ ଦେଖାଇ ଲୁଟି ନେଲେ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା

ବନ୍ଧୁକ ଦେଖାଇ ଲୁଟି ନେଲେ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା

ସୋର : ସୋର ଥାନା ୧୬ ନଂ ଜାତୀୟ ରାଜପଥ ଛପୋଲିଆ ନିକଟରୁ ଜଣେ ଠିକାଦାରଙ୍କୁ ବନ୍ଧୁକ ଦେଖାଇ ୨ ଲକ୍ଷ ୧୦ ହଜାର ଟଙ୍କା ଲୁଟି ନେଇଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଛି । ଏହି ଛକ ନିକଟରେ ବାହାରେ ରହି ଠିକାଦାରୀ କରୁଥିବା ଔପଦା ବ୍ଲକ୍ ଈଶ୍ୱରପୁର ଫାଣ୍ଡି ଅଞ୍ଚଳର ଅଜୟ କୁମାର ନାୟକ ଏହି ଟଙ୍କା ଡ଼ିପୋଜିଟ କରିବା ପାଇଁ ସୋର ଅଭିମୁଖେ ନିଜ ବାଇକ୍ ଯୋଗେ ଯାଉଥିବା ବେଳେ ଏହି ଛକ ନିକଟରେ ୬ ଜଣ ଦୁର୍ବୃତ୍ତ ଏକ ବୋଲେରୋରେ ଆସି ତାଙ୍କୁ ଅଟକାଇ ବନ୍ଧୁକ ଦେଖାଇ ମାଡ଼ ମାରି ତଣ୍ଟି ଚିପି ଟଙ୍କାକୁ ଲୁଟ୍ କରି ନେଇଥିଲେ । ଫଳରେ ଠିକାଦାର ଅଜୟ ତାଙ୍କୁ ଟଙ୍କା ଦେଇ ଭୟରେ ବାଇକ୍ ଲୁଚି ଯାଇଥିଲେ । ପରେ ଦୁର୍ବୃତ୍ତ ମାନେ ଚାଲିଯିବା ପରେ ଯୁବକ ଜଣକ ବାଇକ୍ ନିକଟକୁ ଆସି ଘରକୁ ଯାଇ ପୁଣି ରାତିରେ ଆସି ସୋର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ସୋର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଜୟ ରାଜସ୍ଥାନରେ ରହି ପଥର ମୂର୍ତ୍ତିରେ ଠିକାଦାର କାମ କରୁଥିଲେ । ସେ ଚୋରି ହୋଇଯାଇଥିବା ଟଙ୍କାକୁ ବାହାନଗା ୟୁକୋ ବ୍ୟାଙ୍କରୁ ଉଠାଇ ରାଜସ୍ଥାନରେ ଥିବା ତାଙ୍କ କର୍ମଚାରୀ ମାନଙ୍କୁ ପଠାଇବା ପାଇଁ ଯାଉଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking