28.1 C
Bhubaneswar
Thursday, September 19, 2024
Homeଅପରାଧଘରୋଇ ବିବାଦକୁ କେନ୍ଦ୍ରକରି ସଢୁକୁ ଛୁରିରେ ଆକ୍ରମଣ

ଘରୋଇ ବିବାଦକୁ କେନ୍ଦ୍ରକରି ସଢୁକୁ ଛୁରିରେ ଆକ୍ରମଣ

ଖଲ୍ଲିକୋଟ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଧିନୂଆପଲ୍ଲୀ ପଞ୍ଚାୟତର ମାନାପଲ୍ଲୀ ଗ୍ରାମରେ ଘରୋଇ ବିବାଦକୁ କେନ୍ଦ୍ର କରି ବଡ଼ ସଢୁକୁ ଛୁରୀରେ ଆକ୍ରମଣ କରି ସାନ ସଡୁ ଗିରଫ ହୋଇଛି । ଛୁରୀ ଆକ୍ରମଣରେ ବଡ ସଢୁର ପିଠି ଓ ଅଣ୍ଟା ଦୁଇ ଜାଗାରେ ଗଭୀର ଆଘାତ ଲାଗିଛି । ତାଙ୍କୁ ଲୋକଙ୍କ ସହାୟତାରେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ରାତିରେ ଘରୋଇ ବିବାଦକୁ କେନ୍ଦ୍ର କରି ମାନାପଲ୍ଲୀ ଗ୍ରାମର ରାସ୍ତା ପାର୍ଶ୍ୱରେ ସାନ ସଢୁ ପି. ରଘୁନାଥ ପାତ୍ର, ତାର ସାନ ଭାଇ ପି. ଡାକ ପାତ୍ର ଓ ଏନ୍‌. ଭିକାରି ପାତ୍ର ଛକି ରହିଥିଲେ ।

ସେହି ରାସ୍ତା ଦେଇ ବଡ଼ ସଢୁ ଏ. ସହଦେବ ପାତ୍ର (୩୫) ଘରକୁ ଫେରୁଥିବା ବେଳେ ସମସ୍ତେ ଅତର୍କିତ ଆକ୍ରମଣ କରି ତାଙ୍କ ପିଠିର ଦୁଇ ଜାଗାରେ ଛୁରୀ ମାଡ କରିଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘର ଲୋକ ଅଟୋ ଯୋଗେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ । ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ଅଭିଯୋଗ ପାଇବା ପରେ ଖଲ୍ଲିକୋଟ ଥାନାରେ ଏକ ମାମଲା ରୁଜ୍ଜୁ କରି ପୋଲିସ ଘଟଣାର ତଦନ୍ତ କରିଥିଲେ । ଆଜି ଆକ୍ରମଣ କରିଥିବା ସାନ ସଡୁ ପି. ରଘୁନାଥ ପାତ୍ରଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking