28.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶକର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀଙ୍କ ମେଗା ରୋଡ୍ ଶୋ’

କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀଙ୍କ ମେଗା ରୋଡ୍ ଶୋ’

ବେଙ୍ଗାଲୁରୁ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କର୍ଣ୍ଣାଟକରେ ଏକ ମେଗା ରୋଡ୍ ଶୋ’ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ୨୬ କିମିର ଏହି ରୋଡ୍ ଶୋ’ ୧୩ଟି ବିଧାନସଭା ଆସନ ଅଞ୍ଚଳ ପରିକ୍ରମା କରିଥିଲା । ରୋଡ୍ ଅବସରେ ରାସ୍ତାର ଦୁଇପାଶ୍ୱର୍ରେ ଉପସ୍ଥିତି ବିଜେପି ସମର୍ଥକ ଏବଂ ସାଧାରଣ ଜନତା ତାଙ୍କ ଉପରକୁ ପୁଷ୍ପବର୍ଷା କରିଥିଲେ । ସାଢ଼େ ଚାରିଘଣ୍ଟାର ଏହି ରୋଢ୍ ଶୋ’ ସକାଳ ୧୦ଟାରେ ନ୍ୟୁ ଥପ୍ପାସନ୍ଦ୍ରାର କେମ୍ପେ ଗୌଡ଼ା ପ୍ରତିମୂର୍ତ୍ତି ନିକଟରୁ ଆରମ୍ଭ ହୋଇ ସାଢ଼େ ୨ଟା ବେଳେ ବ୍ରିଗେଡ୍ ରୋଡ୍‌ର ଯୁଦ୍ଧ ସ୍ମାରକରେ ଶେଷ ହୋଇଥିଲା । ପାର୍ଟି ଏହି ରୋଡ୍ ଶୋ’ର ନାମ ‘ନମ୍ମା ବେଙ୍ଗାଲୁରୁ, ନମ୍ମା ହେମ୍‌’ (ଆମ ବେଙ୍ଗାଲୁରୁ, ଆମ ଗୌରବ) ରଖିଥିଲା । ଏହାପରେ ପ୍ରଧାନମନ୍ତ୍ରୀ ବାଦାମି ଏବଂ ହାଭେରିରେ ଜନସଭାକୁ ସମ୍ବୋଧିତ କରିଥିଲେ ।

ରବିବାର ମଧ୍ୟ ମୋଦୀ ୧୦.୬ କିମି ରୋଡ୍ ଶୋ’ କରିବେ । ପୂର୍ବରୁ ଗୋଟିଏ ଦିନରେ ୩୬.୬ କିମିର ରୋଡ୍ ଶୋ’ ହେବାର କାର୍ଯ୍ୟକ୍ରମ ଥିଲା । ତେବେ ଟ୍ରାଫିକ୍ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏହାକୁ ଦୁଇ ଦିନିଆ କରାଯାଇଥିଲା । ରବିବାର ମୋଦୀ ରାଜ୍ୟରେ ରୋଡ୍ ଶୋ’ ଏବଂ ଜନସଭାକୁ ମିଶାଇ ମୋଟ ୧୬ରୁ ଅଧିକ ରାଲି କରିବେ । ପ୍ରଧାନମନ୍ତ୍ରୀ ବାଦାମି ଜନସଭାରେ ଭ୍ରଷ୍ଟାଚାର କଂଗ୍ରେସର ପୁରୁଣା ଅଭ୍ୟାସ ଏବଂ ବିଜେପି କଂଗ୍ରେସର ଏହି ରୋଗର ସ୍ଥାୟୀ ଚିକିତ୍ସା ପାଇଁ ଆସିଛି ବୋଲି କହିଥିଲେ । କଂଗ୍ରେସର ଏହି କୁକର୍ମ ଯୋଗୁଁ ଆମ ଦେଶ ଦଶକ ଦଶକ ଧରି ପଛୁଆ ରହିଆସିଛି । କଂଗ୍ରେସର ଘୋଷଣାପତ୍ରକୁ ତୁଷ୍ଟୀକରଣ ରାଜନୀତି କହିଛନ୍ତି । ଜନତାଙ୍କ ସମର୍ଥନ ମାଗି ସେ କହିଥିଲେ, କର୍ଣ୍ଣାଟକର ଏହି ନିର୍ବାଚନ ଆମ ପ୍ରାର୍ଥୀ ନୁହେଁ ବରଂ ବିଜେପି ପାଇଁ ଜନତା ଲଢ଼ୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking