32.1 C
Bhubaneswar
Saturday, October 19, 2024
Homeଓଡିଶାଚାକିରୀ କରିବାକୁ ଯାଇ ନିଖୋଜ ଯୁବତୀ ହାଇଦ୍ରାବାଦରୁ ଉଦ୍ଧାର

ଚାକିରୀ କରିବାକୁ ଯାଇ ନିଖୋଜ ଯୁବତୀ ହାଇଦ୍ରାବାଦରୁ ଉଦ୍ଧାର

ଫିରିଙ୍ଗିଆ : ଫିରିଙ୍ଗିଆ ବ୍ଲକ ପାଙ୍ଗା ଉପର ସାହି ପଞ୍ଚାୟତର ସ୍ୱର୍ଗତ ନିରସ୍ତମ କହଁରଙ୍କ ମଝିଆ ଝିଅ ପୁଷ୍ପାଞ୍ଜଳି କହଁର(୨୫) ୨୦୧୮ରେ ରୋଜଗାର ଆଶାରେ ଦିନ ଦୟାଲ ଉପାଧ୍ୟାୟ କୌଶଳ ଯୋଜନାରେ ଚୟନ ଶିବିରରେ କୃତକାର୍ଯ୍ୟ ହୋଇ ଖୋର୍ଦ୍ଧା ରେ କିଛି ଦିନ ତାଲିମ୍ ଗ୍ରହଣ କରିବା ପରେ ସେଠାରୁ ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ ହୋମ ନର୍ସିଙ୍ଗ ଭାବରେ କାମ କରୁଥିଲେ । କିନ୍ତୁ କିଛି ଦିନ ପରେ ଅର୍ଥାତ୍ ୨୦୧୯ରେ ପରିବାର ସହ ସମ୍ପୂର୍ଣ୍ଣ ଯୋଗାଯୋଗ ବିଛିନ୍ନ ହୋଇଥିଲା । ପରିବାର ତରଫରୁ ୨୦୧୯ରେ ଝିଅ ନିଖୋଜ ଥିବା ନେଇ ଫିରିଙ୍ଗିଆ ଥାନାରେ ଏତଲା ଦାଏର କରିଥିଲେ ।

ପରେ ଏହି ଘଟଣା କୁ ୪ବର୍ଷ ବିତିଯାଇଥବା ବେଳେ ଗତ ଏପ୍ରିଲ ୧୯ ତାରିଖ ରେ ହଜିଥିବା ଝିଅ ପୁଷ୍ପାଞ୍ଜଳି କହଁର ନିଜ ବଡ଼ ଭଉଣୀକୁ ଫୋନ କରି ଉଦ୍ଧାର କରିବାକୁ କହିଥିଲେ । ଅନ୍ୟ ପଟେ ୨ ତାରିଖ ରେ ପରିବାର ତରଫରୁ ଫିରିଙ୍ଗିଆ ଥାନାରେ ଜଣାଇବା ସହ ଫିରିଙ୍ଗିଆ ଥାନାରେ ୫/୨୩ ରେ ଏକ ମାମଲା ରୁଜୁ କରିବା ସହ ଫିରିଙ୍ଗିଆ ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ଏକ ଟିମ ହାଇଦ୍ରାବାଦ ର ମିରପୁର ଥାନା ଚନ୍ଦନ ନଗର ଅଞ୍ଚଳରୁ ହାଇଦ୍ରାବାଦ ପୋଲିସ ସହାୟତା ରେ ଗୋଟିଏ ଘରୁ ୫ତାରିଖ ରେ ସକାଳୁ ଉଦ୍ଧାର କରାଯାଇ ୬ ତାରିଖରେ ଫିରିଙ୍ଗିଆ ଥାନାରେ ପହଞ୍ଚାଯାଇଛି । ଏହି ଉଦ୍ଧାର ସମୟରେ ଝିଅ ର ପରିବାର କିଛି ସଦସ୍ୟ ଯାଇଥିବା ଥାନା ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking