ଥିରୁଭନନ୍ତପୁରମ: ଆତ୍ମହତ୍ୟା କଲେ କେରଳର ପ୍ରଥମ କିନ୍ନର ବଡି ବିଲଡର ପ୍ରବୀନ ନାଥ । ଗୁରୁବାର ଥ୍ରିସୁରରେ ସେ ଆତ୍ମହତ୍ୟା କରିଥିବା ପୁଲିସ ସୂଚନା ଦେଇଛି । ୨୧ ବର୍ଷୀୟ ପ୍ରବୀଣ ଗୁରୁବାର ଅପରାହ୍ନରେ ବିଷ ଖାଇ ଆତ୍ମହତ୍ୟା କରିଥିବା ପୁଲିସ କହିଛି । ପ୍ରବୀଣଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ମିଳିବା ପରେ ତୁରନ୍ତ ତାଙ୍କ ଘରେ ପୁଲସ ପହଞ୍ଚିଥିଲା । ଘରୁ ମୃତଦେହ ଉଦ୍ଧାର କରି ନିକଟସ୍ଥ ସରକାରୀ ହସ୍ପିଟାଲ୍କୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପ୍ରବୀଣ କାହିଁକି ଆତ୍ମହତ୍ୟା କଲେ ? ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ଏପରି କରିବାକୁ ବାଧ୍ୟ କରାଯାଇଛି ସେ ନେଇ ମଧ୍ୟ ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଚଳିତ ବର୍ଷ ଭାଲେଣ୍ଟାଇନ୍ ଡେ ରେ ପ୍ରବୀଣ ନାଥ ତାଙ୍କର କିନ୍ନର ସାଥିଙ୍କୁ ବିବାହ କରିଥିଲେ । ତାଙ୍କ ସମ୍ପର୍କକୁ ନେଇ ବିଭିନ୍ନ ଅନ୍ଲାଇନ୍ ଗଣମାଧ୍ୟମରେ ନାନା ମିଥ୍ୟା ଓ ଗୁଜବ ଖବର ପ୍ରକାଶ ପାଉଥିବାରୁ ସେ ଚିନ୍ତିତତ ରହୁଥିଲେ । ବାରମ୍ବାର ସେ ରିପୋର୍ଟକୁ ଖଣ୍ଡନ କରିବା ପରେ ମିଡିଆ ରିପୋର୍ଟ ତାଙ୍କୁ ଚିନ୍ତାର ପକାଇଥିଲା ବୋଲି କୁହାଯାଉଛି । ତେବେ ତାଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ପୁପିଲ ମାମଲାରେ ତଦନ୍ତ ଜାରି ରଖିଛି ।