32.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶବେକରେ ଦଉଡ଼ି ଦେଇ ଯୁବତୀର ଆତ୍ମହତ୍ୟା

ବେକରେ ଦଉଡ଼ି ଦେଇ ଯୁବତୀର ଆତ୍ମହତ୍ୟା

ଉଖୁଣ୍ଡା : ଝୁମ୍ପୁରା ବ୍ଲକ ଅର୍ଶଳା ଗ୍ରାମର ଜଣେ ଯୁବତୀ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାଯାଇଛି । ଅର୍ଶଳା ଗ୍ରାମର ସହଦେବ ନାଏକଙ୍କ ଝିଅ ଗୀତାଞ୍ଜଳି ନାଏକ(୧୯) କୌଣସି କାରଣରୁ ଘର ଭିତରେ ବେକରେ ଦଉଡ଼ି ଦେଇଥିଲା । ପରିବାର ଲୋକ ସଙ୍ଗେ ସଙ୍ଗେ ସେଠାରୁ ଉଦ୍ଧାର କରି ଝୁମ୍ପୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ ।

କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗୀତାଞ୍ଜଳି କେଉଁ କାରଣରୁ ମୃତ୍ୟୁବରଣ କରିଛି ତାର ପ୍ରକୃତ ରହସ୍ୟ ଜଣାପଡ଼ିନାହିଁ । ଝୁମ୍ପୁରା ପୁଲିସ ଖବରପାଇ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରିବା ସହିତ ଝୁମ୍ପୁରା ଥାନାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking