ନୂଆଦିଲ୍ଲୀ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ବିୟନ୍ତ ସିଂହଙ୍କ ହତ୍ୟା ମାମଲାରେ ପୁଲିସ କନଷ୍ଟେବଳ ବଲୱନ୍ତ ସିଂହ ରାଜାଓନା ଦୋଷୀସାବ୍ୟସ୍ତ ହୋଇଥିବାବେଳେ ଏକ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ପ୍ରଦାନ କରିସାରିଛନ୍ତି । ଦଣ୍ଡାଦେଶ କୋହଳ କରିବାକୁ ବଲୱନ୍ତ ସୁପ୍ରିମକୋର୍ଟରେ ପିଟିସନ ଦାଏର କରିଥିଲେ । ବୁଧବାର ଜଷ୍ଟିସ ବି.ଆର.ଗଭାଇ, ଜଷ୍ଟିସ ବିକ୍ରମ ନାଥ ଏବଂ ଜଷ୍ଟିସ ସଞ୍ଜୟ କାରୋଲଙ୍କୁ ନେଇ ଗଠିତ ପୀଠ ଏହି ପିଟିସନ୍ର ଶୁଣାଣି କରି ମୃତ୍ୟୁଦଣ୍ଡାଦେଶକୁ କାଏମ ରଖିଛନ୍ତି ।
୧୯୯୫ ଅଗଷ୍ଟ ୩୧ରେ ପଞ୍ଜାବ ସେକ୍ରେଟେରିଏଟ୍ ସମ୍ମୁଖରେ ବିସ୍ଫୋରଣ ଘଟି ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିୟନ୍ତ ସିଂହଙ୍କ ସମେତ ୧୬ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ପଞ୍ଜାବ ପୁଲିସରେ କାର୍ଯ୍ୟରତ କନଷ୍ଟେବଳ ବଲୱନ୍ତ ଦୋଷୀସାବ୍ୟସ୍ତ ହୋଇଥିବାବେଳେ ମୃତ୍ୟୁଦଣ୍ଡାଦେଶ ପାଇଥିଲେ । ୧୯୯୫ରୁ ବଲୱନ୍ତ ଜେଲ୍ରେ ଥିବାବେଳେ ତାଙ୍କର ରାଜକ୍ଷମା ପିଟିସନ ରାଜ୍ୟ ସରକାରଙ୍କ ନିକଟରେ ପଡିରହିଛି ।