ଲଣ୍ଡନ: ଚଳିତ ବର୍ଷ ଡିସେମ୍ବରରେ ଇଂଲଣ୍ଡ ଦଳ ୱେଷ୍ଟ୍ଇଣ୍ଡିଜ୍ ଗସ୍ତରେ ଯିବ । ସେଠାରେ ଦଳ ୩ଟି ଲେଖାଏଁ ଟି-୨୦ ଓ ଦିନିକିଆ ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ରହିଛି । ଡିସେମ୍ବର ୩ରୁ ଆରମ୍ଭ ହୋଇ ଉକ୍ତ ସିରିଜ୍ଟି ୨୧ ତାରିଖରେ ଶେଷ ହେବ ବୋଲି କ୍ରିକେଟ୍ ୱେଷ୍ଟ୍ଇଣ୍ଡିଜ୍ (ସିଡବ୍ଲ୍ୟୁଆଇ) ପକ୍ଷରୁ ସୂଚନା ଦିଆଯାଇଛି । ଆଣ୍ଟିଗୁଆରୁ ସିରିଜ୍ ଦିନିକିଆ ମ୍ୟାଚ୍ ସହ ଆରମ୍ଭ ହେବାକୁ ଥିବା ବେଳେ ଏହି ଗ୍ରାଉଣ୍ଡ୍ରେ କ୍ରମାଗତ ଦୁଇଟି ମ୍ୟାଚ୍ ଖେଳାଯିବ ।
ସେହିପରି ତୃତୀୟ ତଥା ଅନ୍ତିମ ଦିନିକିଆଟି ବାର୍ବାଡୋସ୍ଠାରେ ଖେଳାଯିବା ପରେ ଡିସେମ୍ବର ୧୨ ତାରିଖରେ ପ୍ରଥମ ଟି-୨୦ ମଧ୍ୟ ଏଠାରେ ଅନୁଷ୍ଠିତ ହେବ । ସିରିଜ୍ର ପରବର୍ତ୍ତୀ ଦୁଇଟି ଟି-୨୦ ଗ୍ରେନାଡା ଓ ତ୍ରିନିଦାଦ୍ଠାରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ବର୍ଷ ଜୁନ୍ରେ କ୍ୟାରିବିୟାନ୍ରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଏହି ସିରିଜ୍ ମାଧ୍ୟମରେ ଇଂଲଣ୍ଡ ଅଭ୍ୟାସ ସୁଯୋଗ ପାଇବ ।