27.1 C
Bhubaneswar
Saturday, October 19, 2024
Homeଓଡିଶାନାବାଳିକା ଦୁଷ୍କର୍ମ ମାମଲା; ୯ବର୍ଷ ପରେ ଅଭିଯୁକ୍ତ ନିର୍ଦ୍ଦୋଷ

ନାବାଳିକା ଦୁଷ୍କର୍ମ ମାମଲା; ୯ବର୍ଷ ପରେ ଅଭିଯୁକ୍ତ ନିର୍ଦ୍ଦୋଷ

ବ୍ରହ୍ମପୁର : ଜନୈକା ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ଆଜି ବିଚାର କରି ସ୍ୱତନ୍ତ୍ର ପୋକସ ଜଜ ପ୍ରଭାତ କୁମାର ରାଜଗୁରୁ ଶୁଣାଣି କରିଛନ୍ତି । ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ଗାଙ୍ଗପୁର ଥାନା ଅନ୍ତର୍ଗତ ଖଣ୍ଡରାବାଡି ଗ୍ରାମର ଅଭିଯୁକ୍ତ ପିଣ୍ଟୁ ବିଷୋୟୀ(୩୭)ଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି । ସୂଚନାଯୋଗ୍ୟ ଯେ ଗତ ୨୦୧୩ ନଭେମ୍ବର ୧୮ ତାରିଖରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ ହୋଇଥିବା ନେଇ ଗାଙ୍ଗପୁର ଥାନାରେ ଅଭିଯୋଗ ହୋଇଥିଲା ।

ଅଭିଯୋଗକୁ କେନ୍ଦ୍ର କରି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତିନିଦିନ ପରେ ନାବାଳିକାଙ୍କୁ ଏକ ଘରଭିତରୁ ଉଦ୍ଧାର କରି ପୁଲିସ ପିଡ଼ିତାଙ୍କ ବୟାନ ରେକର୍ଡ କରିଥିଲା । ପିଣ୍ଟୁ ଓ ତାଙ୍କର ଅନ୍ୟ ଜଣେ ସହଯୋଗୀ ତାଙ୍କୁ ଅପହରଣ କରି ଏକ ଘରେ ରଖି ଦୁଷ୍କର୍ମ କରିଥିଲେ ବୋଲି ପିଡ଼ିତା ନାବାଳିକା ଜଣଙ୍କଜଣକ ତାଙ୍କ ବୟାନରେ କହିଥିଲେ । ପରେ ପୁଲିସ ପିଣ୍ଟୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରେ ପିଣ୍ଟୁରେ ଜାମିନରେ ମୁକୁଳି ଥିଲେ ।

ସେହିପରି ଏହି ମାମଲାରେ ସମ୍ପୃକ୍ତ ଥିବା ନାବାଳକଙ୍କୁ ଧରି ଜୁଭେନାଇଲ ଜଷ୍ଟିସ ବୋର୍ଡ଼ରେ ହାଜର କରିଥିଲା । ତଦନ୍ତକାରୀ ଅଧିକାରୀ ତଥା ତତ୍କାଳୀନ ଥାନାଧିକାରୀ ନିହାର ରଞ୍ଜନ ମହାନ୍ତି କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ । ଏହି ମାମଲାର ବିଚାର ବେଳେ ୮ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା ।

କୋର୍ଟ ଆଜି ଉକ୍ତ ମାମଲାର ବିଚାର କରି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ଅଭିଯୁକ୍ତ ପିଣ୍ଟୁଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି । ମୁଦୁଲାଙ୍କ ପକ୍ଷରୁ ବିରେନ୍ କୁମାର ପଟ୍ଟନାୟକ ଓ ଅନଜ କୁମାର ପଟ୍ଟନାୟକ ମକଦ୍ଦମା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking