19.1 C
Bhubaneswar
Friday, November 22, 2024
Homeଓଡିଶାଖୁବ୍ ଶୀଘ୍ର ପୋଷା କୁକୁରଙ୍କ ପାଇଁ ବିଏମସି ଆଣୁଛି ନୂଆ ନିୟମ

ଖୁବ୍ ଶୀଘ୍ର ପୋଷା କୁକୁରଙ୍କ ପାଇଁ ବିଏମସି ଆଣୁଛି ନୂଆ ନିୟମ

ଭୁବନେଶ୍ବର : ଭୁବନେଶ୍ବର କୁକୁର ମାଲିକ ସାବଧାନ । କୁକୁର ମାନଙ୍କ ପାଇଁ ବିଏମସି ଆଣିଲା ନୂଆ ନିୟମ । ନୂଆ ନିୟମ  ଅନୁମୋଦନ ପାଇଁ ସରକାରଙ୍କୁ ପଠାଇଛି ବିଏମସି । ଭୁବନେଶ୍ବରରେ ଦେଶୀ, ବିଦେଶୀ ପୋଷା କୁକୁରଙ୍କ ସଂଖ୍ୟା ଓ ଦୌରାତ୍ମ୍ୟ ବଢୁଥିବାରୁ ବିଏମସି ଆଣିଛି ଏହି ନିୟମ । ନିୟମ ଅନୁଯାୟୀ ଏବେ ସବୁ କୁକୁର ମାଲିକଙ୍କ ପରିଚୟ ବିଏମସି ପାଖରେ ରହିବ । ଯଦି କାହାକୁ କୁକୁର କାମୁଡ଼ୁଛି ତେବେ ମାଲିକ ଗଣିବେ  ମୋଟା ଅଙ୍କର ଜରିମାନା । କୁକୁର ପିଛା ୫ ଶହ ଟଙ୍କା ଦେଇ ବିଏମସିରେ ରାଜିଷ୍ଟ୍ରେସନ କରିବା ବାଧ୍ୟତାମୂଳକ ହେବ । ଠିକ୍ ସମୟରେ ନକଲେ ଆଉ ୨୫୦ ଟଙ୍କା ଫାଇନ୍ ଦେବେ ।

ଯଦି କେହି ବାହାର ରାଜ୍ୟରୁ କୁକୁର ଭୁବନେଶ୍ବରକୁ ଆଣୁଛନ୍ତି ତେବେ ସପ୍ତାହେ ଭିତରେ ରେଜିଷ୍ଟ୍ରେସନ କରିବା ବାଧ୍ୟ । ସେଭଳି ଖେଳକୁଦରେ ଭାଗ ନେବାକୁ ହେଲେ ବିଏମସିର ଅନୁମତି ନେବେ । କୁକୁର ବେକରେ ପଟି କିମ୍ବା ଚେନ୍ ବନ୍ଧା ହୋଇନଥିଲେ ପବ୍ଲିକ୍ ପ୍ଲେସକୁ ଆଣିପାରିବେ ନାହିଁ । ରାସ୍ତାଘାଟ, ପାର୍କ,  ଗ୍ରୀନ୍ ବେଲଟ, ରେସିଡ଼େନ୍ସିଆଲ ଏରିଆ ଭଳି ଯାଗାରେ ମଳମୂତ୍ର ତ୍ୟାଗ କରାଇପାରିବେ ନାହିଁ । ଯଦି କୁକୁରର ମୃତ୍ୟୁ ହେଉଛି ତେବେ ବାହାରେ ଏହାର ଶବକୁ ଫୋଫାଡ଼ି ପାରିବେ ନାହିଁ କିମ୍ବା ବିଏମସି ଡ଼ଷ୍ଟବିନରେ ପକାଇବେ ନାହିଁ । କୁକୁରଙ୍କ ପାଇଁ ଶବ ସତ୍କାର ପାଇଁ ସ୍ବତନ୍ତ୍ର ସ୍ଥାନ ନିରୁପଣ କରାଯିବ ।

ନୂଆ ନିୟମ ଅନୁଯାୟୀ କେବଳ ଦୁଇଟି କୁକୁର ରଖିପାରିବେ ମାଲିକ ବିଏମସି ଅଧିକାରୀ, ଭେଟେନାରୀ ଅଫିସର କୁକୁର ମାଲିକଙ୍କ ଘରକୁ ଯେକୌଣସି ସମୟରେ ଭିଜିଟ୍ କରି କୁକୁର କେଉଁ ପରିସ୍ଥିତିରେ ଅଛି ତାହା ଯାଞ୍ଚ କରିପାରିବେ । ଏଭଳି ଆହୁରି ନିୟମକୁ ଡ଼୍ରାଫ୍ଟ କରି ରାଜ୍ୟ ସରକାରଙ୍କ ଅନୁମୋଦନ ପାଇବାକୁ ପଠାଇଛି ବିଏମସି । ତେବେ ଏସବୁ ନିୟମ ବନାଇବା ପୂର୍ବରୁ ଠିକ୍ ଭାବରେ କୁକର ଲଭରସ ଏବଂ କୁକୁରଙ୍କ ସହ ଯୋଡ଼ି ହୋଇ ରହିଥିବା ସଂଗଠନ ଗୁଡ଼ିକ ସହ ଆଲୋଚନା ଆବଶ୍ୟକ ଥିଲା ବୋଲି ପେଟ ପ୍ରେମୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking