ଅହମ୍ମଦାବାଦ: ମୋଦୀ ସାଙ୍ଗିଆ ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କ ପୁନର୍ବିଚାର ପିଟିସନ୍ ଉପରେ ଗୁଜରାଟ ହାଇକୋର୍ଟ ମେ ୨ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ । ଶୁକ୍ରବାର ରାହୁଲଙ୍କ ପକ୍ଷରୁ ବରିଷ୍ଠ ଆଡ୍ଭୋକେଟ୍ ଅଭିଷେକ ମନୁ ସିଙ୍ଗ୍ଭି ଯୁକ୍ତି ଉପସ୍ଥାପନ କରିଥିଲେ । ସେହି କହିଥିଲେ ଏହା କୌଣସି ଗମ୍ଭୀ ଅପରାଧ ନୁହେଁ । ରାହୁଲ ଗାନ୍ଧୀ ମର୍ଡର କରିନାହାନ୍ତି, ଯାହାକୁ କ୍ଷମା କରାଯାଇପାରିବ ନାହିଁ । ଆମେ ଦୋଷୀ ସାବ୍ୟସ୍ତ ହେବା ଉପରେ ରୋକ୍ ଲଗାଇବାକୁ କହୁଛି ।
ଏପରି ନହେଲେ ସେ ୮ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିପାରିବେ ନାହିଁ । ରାଜନୀତିରେ ଏକ ସପ୍ତାହ ମଧ୍ୟ ଦୀର୍ଘ ସମୟ ହୋଇଥାଏ । ଆଠ ବର୍ଷରେ ପିଟିସନର୍ଙ୍କ ରାଜନୈତିକ କ୍ୟାରିୟର୍ ଶେଷ ହୋଇଯାଇପାରେ । ନବଜୋତ ସିଂହ ସିଦ୍ଧୁଙ୍କ ଉଦାହରଣ ଦେଇ ସିଙ୍ଗ୍ଭି କହିଥିଲେ ଯଦି ତାଙ୍କୁ ଦଣ୍ଡାଦେଶ ଉପରେ ଷ୍ଟେ’ ମିଳିପାରୁଛି, ତେବେ ରାହୁଲ ଗାନ୍ଧୀଙ୍କୁ କାହିଁକି ମିଳିବ ନାହିଁ? ସିଙ୍ଗ୍ଭିଙ୍କ ଯୁକ୍ତି ଶୁଣିବା ପରେ ମାମଲାର ଶୁଣାଣି କରୁଥିବା ଜଷ୍ଟିସ୍ ହେମନ୍ତ ପ୍ରଚ୍ଛେକ କହିଥିଲେ, ଏବେ ଅଭିଯୋଗକାରୀଙ୍କୁ ନିଜ ପକ୍ଷ ରଖିବାକୁ ଦିଆଯାଉଛ । ମେ ୨ରେ ମାମଲାର ଫଇସଲା କରିଦେବା।