27.1 C
Bhubaneswar
Saturday, October 19, 2024
Homeଓଡିଶାଭିଜିଲାନ୍ସ ହାବୁଡ଼ରେ ବଡମ୍ବା ବ୍ଲକର କନିଷ୍ଠ ଯନ୍ତ୍ରୀ ଏବଂ ବିଇଓ କିରାଣୀ

ଭିଜିଲାନ୍ସ ହାବୁଡ଼ରେ ବଡମ୍ବା ବ୍ଲକର କନିଷ୍ଠ ଯନ୍ତ୍ରୀ ଏବଂ ବିଇଓ କିରାଣୀ

ଭୁବନେଶ୍ୱର: ଜଣେ ଠିକାଦାରଙ୍କ ଠାରୁ ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାବୁଡେ ପଡ଼ିଛନ୍ତି କଟକ ଜିଲା ବଡ଼ମ୍ବା ବ୍ଲକର କନିଷ୍ଠ ଯନ୍ତ୍ରୀ ବାଉରୀବନ୍ଧୁ ପରିଡ଼ା । ବାଉରୀବନ୍ଧୁ ସମ୍ପୃକ୍ତ ଠିକାଦାରଙ୍କ ଏକ ବିଲ ପାଶ କରିବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ମାଡ଼ିବସିଛି । ଏହାପରେ ଭିଜିଲାନ୍ସ ବାଉରୀବନ୍ଧୁଙ୍କ ସରକାରୀ କ୍ୱାର୍ଟର୍ସ ସମେତ ୩ଟି ସ୍ଥାନରେ ଚଢ଼ଉ କରିଥିଲା । ଚଢଉ ବେଳେ ଭିଜିଲାନ୍ସ କର୍ମଚାରୀଙ୍କୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ଜଣାପଡିଛି ।

ଏହାସହ କଟକ ଜିଲା ଗୋପାଳପୁର ନିକଟସ୍ଥ ବାଲିଗୁଦା ସ୍ଥିତ ଘରୁ ବିପୁଳ ପରିମାଣର ସମ୍ପତି ଜବତ ହୋଇଛି । ଯେଉଁଥିରେ ରହିଛି ୩ ଲକ୍ଷ ଟଙ୍କାର ନଗଦ ରାଶି । ଏହା ସହ ୨୦ ଲକ୍ଷ ଟଙ୍କାରେ କିଣା ଯାଇଥିବା ୨ଟି ଦାମୀ କାର୍ । ୩୦ ଲକ୍ଷ ଟଙ୍କାର ଜମି କିଣା ପାଇଁ ଉଦ୍ଦିଷ୍ଟ ସେଲ୍ ଡିଡ଼୍ ମଧ୍ୟ ରହିଛି । ଭିଜିଲାନ୍ସ ତାଙ୍କ ପାଖରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । ଦୀନବନ୍ଧୁଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ସମ୍ପୃକ୍ତ ଠିକାଦାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଯୋଜନା ଅଧିନରେ ଠିକା କାମ କରନ୍ତି । ସେ ଏକ କାମ କରିଥିଲେ ମଧ୍ୟ ବିଲ୍‌କୁ ମଞ୍ଜୁରୀ ମିଳି ନଥିଲା । ଏହି ବିଲକୁ ମଞ୍ଜୁରୀ ଦେବା ପାଇଁ ବାଉରୀବନ୍ଧୁଙ୍କ ପାଖକୁ ଯାଇଥିଲେ । ବିଲ୍ ପାସ କରିବା ପାଇଁ ବାଉରୀବନ୍ଧୁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ସରକାରୀ ବାସଭବନରେ ଆଣି ଟଙ୍କା ଦେବାକୁ ଠିକାଦାରଙ୍କୁ କହିଥିଲେ । ଏ ସମ୍ପର୍କରେ ଠିକାଦାର ଜଣଙ୍କ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଭିଜିଲାନ୍ସ ଟିମ୍ ଯୋଜନା ମୁତାବକ ସମ୍ପୃକ୍ତ ଠିକାଦାରଙ୍କୁ କେମିକାଲ ମିଶା ଯାଇଥିବା ୩୦ ହଜାର ଟଙ୍କା ଦେଇଥିଲା ।

ସେ ଏହି କେମିକାଲ ମିଶା ଟଙ୍କା ନେଇ ଠିକାଦାର ଜଣଙ୍କ ଯନ୍ତ୍ରୀଙ୍କ ହାତକୁ ଦେଇଥିଲେ । ଟଙ୍କା ଦେଲା ବେଳେ ବାଉରୀବନ୍ଧୁଙ୍କ ସରକାରୀ ବାସଭବନ ପାଖରେ ଭିଜିଲାନ୍ସ କର୍ମଚାରୀ ମାନେ ଛକି ରହିଥିଲେ । ବାଉରୀବନ୍ଧୁ ଟଙ୍କା ହାତରେ ଧରିବା ମାତ୍ରେ ଛକି ରହିଥିବା ଭିଜିଲାନ୍ସ କର୍ମଚାରୀମାନେ ତାଙ୍କୁ ମାଡି ବସିଥିଲେ । ଘଟଣାସ୍ଥଳରେ ବାଉରୀବନ୍ଧୁଙ୍କ ହାତକୁ ସଫା କରାଯାଇଥିଲା । ବାମ ହାତରେ କେମିକାଲ ମିଳିବାରୁ ଭିଜିଲାନ୍ସ ତାଙ୍କୁ ହେପାଜତକୁ ନେଇ ପଚରାଉଚରା କରିବା ସହ ତାଙ୍କର ବିଭିନ୍ନ ଠିକଣା ଉପରେ ଚଢଉ କରିଥିଲା । ଏହା ସହ ତାଙ୍କ ବିରୋଧରେ ଭିଜିଲାନ୍ସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ଅନ୍ୟପକ୍ଷରେ, ଭିଜିଲାନ୍ସ ଟିମ୍ ପଟ୍ଟାମୁଣ୍ଡାଇ ବିଇଓ ଅଫିସ କିରାଣୀ ମାନସ ରଞ୍ଜନ ଧଳଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି । କଣିପାଳ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଫୁଲ୍ଲ ପରିଡାଙ୍କ ବକେୟା ଦରମା ମଞ୍ଜୁରୀ କରିବା ପାଇଁ ସେ ଲାଞ୍ଜ ମାଗିଥିଲେ । ଏନେଇ ପ୍ରଫୁଲ ତାଙ୍କ ବିରୋଧରେ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଭିଜିଲାନ୍ସ ଯୋଜନା ମୁତାବକ କିରାଣୀ ଜଣଙ୍କ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ତାଙ୍କୁ ଗିରଫ କରିବା ସହ ତାଙ୍କର ଦୁଇଟି ଠିକଣା ଉପରେ ଚଢଉ କରିଥିଲା ।

ଯେଉଁଥିରେ ରହିଛି କଟକ ସିଡିଏ ସ୍ଥିତ ଭଡା ଘର ଏବଂ ପଟ୍ଟାମୁଣ୍ଡାଇ ସନ୍ଧ୍ୟାପାଲ୍ଲୀ ସ୍ଥିତ ପୈତୃକ ଘର । ଗିରଫ କରାଯିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ତେବେ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ପଟ୍ଟାମୁଣ୍ଡାଇ କୋର୍ଟରେ ତାଙ୍କ ବିରୋଧରେ ଠକେଇ, ଚେକ ବାଉନ୍ସ ଭଳି ଏକାଧିକ ମାମଲା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking