27.1 C
Bhubaneswar
Saturday, October 19, 2024
Homeଓଡିଶାହାଇକୋର୍ଟଙ୍କ ନିର୍ଦ୍ଦେଶାନାମା; ବଦଳି ହେଲେ ୨୮ ବିଚାର ବିଭାଗୀୟ ଅଧିକାରୀ

ହାଇକୋର୍ଟଙ୍କ ନିର୍ଦ୍ଦେଶାନାମା; ବଦଳି ହେଲେ ୨୮ ବିଚାର ବିଭାଗୀୟ ଅଧିକାରୀ

କଟକ : ରାଜ୍ୟର ବିଭିନ୍ନ ଅଦାଲତରେ କାର୍ଯ୍ୟ କରୁଥିବା ୨୮ ଜଣ ବିଚାର ବିଭାଗୀୟ ଅଧିକାରୀଙ୍କୁ ବଦଳି କରାଯାଇଛି । ଏନେଇ ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ଆଜି ନିର୍ଦ୍ଦେଶାନାମା ପ୍ରକାଶ ପାଇଛି । ଏହି ଅନୁଯାୟୀ ମଳୟ ରଞ୍ଜନ ଦାଶଙ୍କୁ ବଲାଙ୍ଗୀର ଏଡିଜେ ତଥା ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍‌, ହିରଣ୍ମୟ ବିଶୋଇଙ୍କୁ ଭୁବନେଶ୍ୱର କୋ-ଅପରେଟିଭ୍ ଟ୍ରିବ୍ୟୁନାଲର ସଦସ୍ୟ, ବିକ୍ରମ କେଶରୀ ପଟ୍ଟନାୟକଙ୍କୁ ବଲାଙ୍ଗୀର ପରିବାର ଅଦାଲତର ବିଚାରପତି, ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ଭୁବନେଶ୍ୱର ପବ୍ଲିକ ପ୍ରସିକ୍ୟୁସନ୍ ନିର୍ଦ୍ଦେଶକ, ବେଣୁଧର ପାତ୍ରଙ୍କୁ ଭୁବନେଶ୍ୱର ଇଣ୍ଡଷ୍ଟ୍ରିଆଲ ଟ୍ରିବ୍ୟୁନାଲର ପ୍ରିଜାଇଡିଂ ଅଫିସର, ରାଜଶ୍ରୀ ଚୌଧୁରୀଙ୍କୁ ଗଞ୍ଜାମ ଜିଲା ଓ ଦୌରାଜଜ୍‌, ଦେବାଶିଷ ରାଉତଙ୍କୁ ଭୁବନେଶ୍ୱର ଏଡିଜେ ତଥା ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍‌, ଧନୁର୍ଦ୍ଧର ସେନାପତିଙ୍କୁ ସମ୍ବଲପୁର ଏଡିଜେ ତଥା ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍‌, ଆନନ୍ଦ ନାରାୟଣ ମହାରଣାଙ୍କୁ ନୟାଗଡ଼ ଜିଲା ଓ ଦୌରାଜଜ୍‌, ମମିତା ଦାସଙ୍କୁ କେଉଁଝର ଅତିରିକ୍ତ ଜିଲା ଓ ଦୌରାଜଜ୍‌, ଅମୀୟ ରଞ୍ଜନ ଜେନାଙ୍କୁ ପୁରୀ ୧ମ ଶ୍ରେଣୀ ଜିଲା ଓ ଦୌରାଜଜ୍‌,ଗୁଣ୍ଡିଚା ସାମନ୍ତସିଂହାର ଯାଜପୁର ପରିବାର ଅଦାଲତର ବିଚାରପତି,ହର ପ୍ରସାଦ ପଟ୍ଟନାୟକଙ୍କୁ ସାଲେପୁର ଅତିରିକ୍ତ ଜିଲା ଓ ଦୌରାଜଜ୍‌, ପ୍ରଣମ କୁମାର ରାଉତଙ୍କୁ କଟକ ଏସ୍‌ସି ଆଣ୍ଡ ଏସ୍‌ଟି ସ୍ୱତନ୍ତ୍ର ଅଦାଲତର ପିଓ, ସ୍ମୃତି ଲେଖା ବାରିକଙ୍କୁ ଭବାନୀପାଟଣା ଅତିରିକ୍ତ ଜିଲା ଓ ଦୌରାଜଜ୍‌, ସତ୍ୟବ୍ରତ ମିଶ୍ରଙ୍କୁ ଝାରସୁଗୁଡ଼ା ପରିବାର ଅଦାଲତର ବିଚାରପତି, ବିଶ୍ୱରଞ୍ଜନ ବେହେରାଙ୍କୁ ସମ୍ବଲପୁର ଅତିରିକ୍ତ ଜିଲାଓ ଦୌରାଜଜ୍ , ରୁଦ୍ର ପ୍ରସାଦ ମହାପାତ୍ରଙ୍କୁ ଅନଗୁଳ ଅତିରିକ୍ତ ଜିଲା ଓ ଦୌରାଜଜ, ସନ୍ଦୀପ କୁମାର ପଟ୍ଟନାୟକଙ୍କୁ କଟକ ଅତିରିକ୍ତ ଜିଲା ଓ ଦୌରାଜଜ, ସୁବାସ ଚନ୍ଦ୍ର ଧଳଙ୍କୁ ଝାରସୁଗୁଡ଼ା ଅତିରିକ୍ତ ଜିଲା ଓ ଦୌରାଜଜ୍‌, ଲଳିତା ମଞ୍ଜରୀ ପଟ୍ଟନାୟକଙ୍କୁ ସମ୍ବଲପୁର ଲାର ଆଣ୍ଡ ଅଥରିଟିର ପିଓ, ସୈକତ ପାତ୍ରଙ୍କୁ ଫୁଲବାଣୀ ଅତିରିକ୍ତ ଜିଲା ଓ ଦୌରାଜଜ୍‌, ପ୍ରତିମା ପାତ୍ରଙ୍କୁ ଭୁବନେଶ୍ୱର ଅତିରିକ୍ତ ଜିଲା ଓ ଦୌରାଜଜ, ଚିନ୍ମୟ ମିଶ୍ରଙ୍କୁ ପୁରୀ ୨ୟ ଶ୍ରେଣୀ ଅତିରିକ୍ତ ଜିଲା ଓ ଦୌରାଜଜ୍‌, ହିମାଂଶୁ ଶେଖର ସିଂହ ୨ୟ ଶ୍ରେଣୀ ଅତିରିକ୍ତ ଜିଲା ଓ ଦୌରାଜଜ୍‌, ସରୋଜିନୀ ପତିଙ୍କୁ ବୌଦ୍ଧ ଅତିରିକ୍ତ ଜିଲା ଓ ଦୌରାଜଜ୍ ଓ ହରପ୍ରସାଦ ପାଢ଼ୀଙ୍କୁ ସମ୍ବଲପୁର ପୋକ୍ସୋ ସ୍ୱତନ୍ତ୍ର କୋର୍ଟର ବିଚାରପତି ଭାବେ ବଦଳି କରାଯାଇଥିବା ହାଇକୋର୍ଟ ସୂତ୍ରରୁ ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking