27.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶମେ ପହିଲାରୁ ବନ୍ଦ ରହିବ ସିରିଡ଼ି ସାଇ ମନ୍ଦିର

ମେ ପହିଲାରୁ ବନ୍ଦ ରହିବ ସିରିଡ଼ି ସାଇ ମନ୍ଦିର

ସିରିଡ଼ି : ସିରିଡ଼ି ସାଇବାବାଙ୍କ ମନ୍ଦିର ଆସନ୍ତା ମାସ ଏକ ତାରିଖରୁ ଅନିଶ୍ଚିତ କାଳ ପାଇଁ ବନ୍ଦ ରହିଛି । ମନ୍ଦିର ପ୍ରଶାସନ ବୁଧବାର ଏକ ବୈଠକ ପରେ ଏହି ଘୋଷଣା କରିଛି । ଅସଲରେ ମହାରାଷ୍ଟ୍ରର ସିନ୍ଦେ ସରକାର ମନ୍ଦିରର ସୁରକ୍ଷାରେ ସିଆଇଏସ୍‌ଏଫ୍ ମୁତୟନ କରିଛନ୍ତି । ଏହାକୁ ନେଇ ମନ୍ଦିର ପ୍ରଶାସନ ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟ୍ ଅସନ୍ତୁଷ୍ଟ ହୋଇଛି ।

ମନ୍ଦିର ପ୍ରଶାସନର କହିବା କଥା ହେଉଛି ମନ୍ଦିର ସୁରକ୍ଷା ସିଆଇଏସ୍‌ଏଫ୍ ହାତକୁ ଆସିବା ପରେ ଶ୍ରଦ୍ଧାଳୁମାନଙ୍କୁ ଅସୁବିଧା ହେବ । ମନ୍ଦିର ପ୍ରଶାସନ କହିଛି, ସୁରକ୍ଷା ଦାୟିତ୍ୱରୁ ସିଆଇଏସ୍‌ଏଫ୍‌କୁ ହଟାଯିବା ପରେ ହିଁ ମନ୍ଦିର ଖୋଲାଯିବ । ସୂଚନାଯୋଗ୍ୟ, ୨୦୧୮ରେ ସିଆଇଏସ୍‌ଏଫ୍ ସିରିଡ଼ି ବିମାନ ବନ୍ଦରର ସୁରକ୍ଷା ଦାୟିତ୍ୱ ନେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking