32.1 C
Bhubaneswar
Saturday, October 19, 2024
Homeଓଡିଶାସଡ଼କରେ ନମାଜ୍‌, ୧୭୦୦ ଜଣଙ୍କ ନାମରେ ମାମଲା

ସଡ଼କରେ ନମାଜ୍‌, ୧୭୦୦ ଜଣଙ୍କ ନାମରେ ମାମଲା

କାନପୁର: ସଡ଼କରେ ଇଦ୍ ନମାଜ ପଢ଼ିବା ଅଭିଯୋଗାରେ ଉତ୍ତର ପ୍ରଦେଶର କାନପୁରର ତିନିଟି ଥାନାରେ ୧୭୦୦ ଜଣଙ୍କ ବିରୋଧରେ ଏଫ୍‌ଆଇଆର୍ ରୁଜୁ ହୋଇଛି । ପୁଲିସ ରୋକିବା ସତ୍ତ୍ୱେ ଏପ୍ରିଲ୍ ୨୨ ଇଦ୍ ଅବସରରେ ଜାଜମଉ, ବାବୁପୁରବା ଏବଂ ବଡ଼ି ଇଦ୍‌ଗାହ ବୋନାଝାବରରେ ସଡ଼କରେ ନମାଜ୍ ପଢ଼ାଯାଇଥିବା ଅଭିଯୋଗ ହୋଇଛି । ଜାଜମଉରେ ୨୦୦ରୁ ୩୦୦, ବାବୁପରବାରେ ୪୦ରୁ ୫୦ ଏବଂ ବଜାରିୟାରେ ୧୫୦୦ ନମାଜିଙ୍କ ବିରୋଧରେ ଏହି ଏଫ୍‌ଆଇଆର୍ ରୁଜୁ ହୋଇଛି ।

ଏହା ମଧ୍ୟରେ ଇଦ୍‌ଗା କମିଟି ସଦସ୍ୟଙ୍କ ନାମ ମଧ୍ୟ ରହିଛି । ଇଦ୍ ପୂର୍ବରୁ ଶାନ୍ତି କମିଟି ବୈଠନ ଅନୁଷ୍ଠିତ ହୋଇ ଏଥିରେ ସଡ଼କରେ ନମାଜ ନପଢ଼ିବା ପାଇଁ ଅଞ୍ଚଳର ଲୋକଙ୍କୁ କୁହାଯାଇଥିଲା । ଇଦ୍ ନମାଜ କେବଳ ଇଦ୍‌ଗାହ ଏବଂ ମସ୍‌ଜିଦ୍ ଭିତରେ ପଢ଼ିବାକୁ ପୁଲିସ ପକ୍ଷରୁ କୁହାଯାଇଥିଲା । ଏହା ମଧ୍ୟ କୁହାଯାଇଥିଲା ଯେ ଭିଡ଼ କାରଣରୁ ଯଦି କୌଣସି ନମାଜୀଙ୍କ ନମାଜ ଭଙ୍ଗହୁଏ, ତେବେ ପୁଲିସ ପକ୍ଷରୁ ତାଙ୍କର ଆଉଥରେ ନମାଜ ପଢ଼ିବା ବ୍ୟବସ୍ଥା କରାଯିବ ।

ଏପରିକି ଇଦ୍ ଅବସରରେ ଜିଲ୍ଲାରେ ୧୪୪ ଧାରା ମଧ୍ୟ ଲାଗୁ କରାଯାଇଥିଲା । ଏହା ସତ୍ତ୍ୱେ ରାସ୍ତାରେ ନମାଜ ପାଠ କରାଯାଇଥିବା ଅଭିଯୋଗ ହୋଇଛି । ପୁଲିସ୍‌ର ଏଫ୍‌ଆଇଆର୍‌କୁ ନେଇ ଅଲ୍ ଇଣ୍ଡିଆ ମୁସ୍‌ଲିମ୍ ପର୍ସନାଲ୍ ଲ’ ବୋର୍ଡ ଅସନ୍ତୁଷ୍ଟ ବ୍ୟକ୍ତ କରିଛି । ବୋର୍ଡ ସଦସ୍ୟ ମହମ୍ମଦ ସୁଲେମାନ କହିଛନ୍ତି, ଏକ ବିଶେଷ ସମ୍ପ୍ରଦାୟକୁ ଗାର୍ଗେଟ୍ କରାଯାଉଛି । ଲାଗୁଛି ଦେଶ ଗୋଟିଏ ଧର୍ମର ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking