32.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶପାକିସ୍ତାନ: କରାଚି ଏକ୍ସପ୍ରେସ୍‌ରେ ନିଆଁ, ୭ ମୃତ

ପାକିସ୍ତାନ: କରାଚି ଏକ୍ସପ୍ରେସ୍‌ରେ ନିଆଁ, ୭ ମୃତ

କରାଚି : ପାକିସ୍ତାନର କରାଚି ଏକ୍ସପ୍ରେସ୍‌ର ଏକ ବଗିରେ ବୁଧବାର ବିଳମ୍ବିତ ରାତିରେ ନିଆଁ ଲାଗିଛି । ଏଥିରେ ୪ ଶିଶୁଙ୍କ ସମେତ ୭ ଜଣଙ୍କର ପୋଡ଼ିହୋଇ ମୃତ୍ୟୁ ଘଟିଛି । ଅନ୍ୟ କେତେକ ଆହତ ମଧ୍ୟ ହୋଇଛନ୍ତି । ଆହତଙ୍କୁ ଖଇରପୁର ଜିଲ୍ଲା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି ।

ନିଆଁ ଲାଗିବାର କାରଣ ଜଣାପଡ଼ି ନଥିବା ବେଳେ ଫାୟର ସେଫ୍‌ଟି ଡିପାର୍ଟମେଣ୍ଟ୍‌ର ଟିମ୍ ତଦନ୍ତ ଚଳାଇଛି । ପାକିସ୍ତାନ ରେଲ୍‌ୱେଜ୍ ପକ୍ଷରୁ ଏକ ବୟାନରେ କୁହାଯାଇଛି କରାଚି ଏକ୍ସପ୍ରେସ୍ ଟ୍ରେନ୍ କରାଚିରୁ ଲାହୋର ଯାଉଥିବା ବେଳେ ଗୁରୁବାର ଭୋର୍ ସମୟରେ ସିନ୍ଧ ପ୍ରଦେଶ ତାନ୍ଦୋ ଜିଲ୍ଲାର ଖଇରପୁର ଅଞ୍ଚଳରେ ଏହାର ଏକ ଏସି ବଗିରେ ନିଆଁ ଲାଗିଥିଲା । ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଏହାକୁ ତାନ୍ଦୋ ଷ୍ଟେସନ୍‌ରେ ରୋକାଯାଇ ଫାୟାର୍ ବ୍ରିଗେଡ୍ ଡକାଯାଇଥିଲା ।

ପ୍ରାୟ ୪୦ ମିନିଟ୍ ପରେ ନିଆଁକୁ କାବୁ କରାଯିବା ପରେ କୋଚ୍‌କୁ ଅଲଗା କରାଯାଇଛି । ମୃତକଙ୍କ ମଧ୍ୟରେ ଜଣେ ୭୦ ବର୍ଷୀୟା ମହିଳା ମଧ୍ୟ ସାମିଲ । ନିଆଁ ଲାଗିବା ପରେ ଜୀବନ ବଞ୍ଚାଇବା ପାଇଁ ସେ ଚଳନ୍ତା ଟ୍ରେନ୍‌ରୁ ଡେଇଁପଡ଼ିଥିଲେ । ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ଏବଂ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ରେଳ ମନ୍ତ୍ରୀ ଖ୍ୱାଜା ସାଦ ରଫିକ୍ ଘଟଣାରେ ଦୁଃଖପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking